କଟକ: ରାଜ୍ୟରେ ବଢୁଛି କମୁଛି ସଂକ୍ରମଣ । କୋଭିଡ ସଂକ୍ରମଣ ଏବେ ଉପର ମୁହାଁ ଥିବା ବେଳେ ପୁଣି ସଂକ୍ରମଣକୁ ଚିନ୍ତାରେ ସାଧାରଣଜନତା । ଏଭଳି ସ୍ଥିତିରେ କୋଭିଡ ମୁକାବିଲା କରିବା ପାଇଁ କଟକ ବଡ଼ ମେଡ଼ିକାଲରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ଏସସିବି ମେଡ଼ିକାଲ କଲେଜ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ର । ସୁଧାଂଶୁ ଶେଖର ମିଶ୍ର କହିଛନ୍ତି, ମେଡ଼ିକାଲରେ କୋଭିଡ ରୋଗୀଙ୍କ ପାଇଁ ୧୫ଟି ସାଧାରଣ ବେଡ଼ ସହ ୫ଟି ICU ବେଡ୍ ପ୍ରସ୍ତୁତ ରହିଛି । ଆଗକୁ ଯଦି ରୋଗୀଙ୍କ ସଂଖ୍ୟା ବଢେ ତେବେ ବେଡ଼ ସଂଖ୍ୟା ବୃଦ୍ଧି କରାଯିବ । ସେପଟେ ରାଜ୍ୟରେ କୋଭିଡ ସଂକ୍ରମଣ ଯଦି ବା କମ୍ ରହିଛି ।
ଯେଉଁମାନେ ଏବେ କୋଭିଡ୍ରେ ଆକ୍ରାନ୍ତ ହୋଇଛନ୍ତି ସେମାନେ ଘରେ ରହି ସୁସ୍ଥ ହେଉଛନ୍ତି । SCBରେ ଜଣେ ମାତ୍ରେ କୋଭିଡ ରୋଗୀ ଏବେ ଚିକିତ୍ସିତ ହେଉଛନ୍ତି । ତାଙ୍କ ସ୍ୱାସ୍ଥ୍ଯାବସ୍ଥା ବର୍ତ୍ତମାନ ଭଲ ରହିଛି । ଯଦି ଆବଶ୍ୟକ ପଡେ ତେବେ ଆଗମୀ ଦିନରେ ଯେଉଁ ୨୦ରୁ ଉର୍ଦ୍ଧ୍ବ ଆଇସିୟୁ SCBରେ ଅଛି ତାହାକୁ ମଧ୍ୟ କୋଭିଡ ଚିକିତ୍ସା ପାଇଁ ଲଗାଯିବ ବୋଲି କହିଛନ୍ତି SCB ଅଧିକ୍ଷକ । ତେବେ କିଛି ମାସ ବ୍ୟବଧାନ ପରେ ସକ୍ରିୟ ହୋଇଛି କୋଭିଡ଼ 19 । ଯାହାକୁ ନେଇ ସତର୍କତା ଜାରି କରିଛି କେନ୍ଦ୍ର । ତେଣୁ ଲହରକୁ ରୋକିବା ପାଇଁ ସବୁ ରାଜ୍ୟକୁ ସଚେତନତା ପାଇଁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଗତକାଲିର କୋଭିଡ ପିଜିଟିଭ ରେଟ୍ 4 ହଜାର ରହିଥିଲା ବେଳେ ଆଜି 5 ହଜାର ଅତିକ୍ରମ କରିଛି । ଗୋଟିଏ ଦିନରେ ହଜାର ପିଜେଟିଭ ସଂଖ୍ୟା ଦୃଷ୍ଟି ଗୋଚର ହୋଇଛି ।