ଓଡିଶା

odisha

By

Published : Mar 12, 2020, 5:35 PM IST

ETV Bharat / state

ଏସସିବି ମେଡିକାଲ ସମ୍ପ୍ରସାରଣ ପ୍ରସଙ୍ଗ: ଉଚ୍ଛେଦ ପୂର୍ବରୁ ଘର ଛାଡିଲେ ଯୋବ୍ରା ବ୍ୟାରେଜ କଲୋନୀବାସୀ

ଏସସିବି ମେଡିକାଲ କଲେଜକୁ ବିଶ୍ବ ସ୍ତରୀୟ କରିବା ପାଇଁ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ଖାଲି ହେଉଥିବା ବ୍ୟାରେଜ କ୍ବାଟରର ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ଏବଂ ଏହା ପରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।

SCB Medical Expansion Issue: Jobra Barrage Colony residents leave home
ଏସସିବି ମେଡିକାଲ ସମ୍ପ୍ରସାରଣ ପ୍ରସଙ୍ଗ: ଉଚ୍ଛେଦ ପୂର୍ବରୁ ଘର ଛାଡିଲେ ଅଧିକାଂଶ ଯୋବ୍ରା ବ୍ୟାରେଜ କଲୋନୀବାସୀ

କଟକ: ଏସସିବି ମେଡିକାଲ କଲେଜକୁ ବିଶ୍ବ ସ୍ତରୀୟ କରିବା ପାଇଁ ଜାରି ରହିଛି ଉଚ୍ଛେଦ ପ୍ରକ୍ରିୟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ୟାକେଜ ଘୋଷଣା ପରେ ଆରମ୍ଭ ହୋଇଯାଇଛି ପ୍ରଶାସନିକ ତତ୍ପରତା । ମେଡିକାଲ କ୍ୟାମ୍ପସକୁ ସମ୍ପ୍ରସାରଣ କରିବା ପାଇଁ ଜୋରଦାର ପ୍ରୟାସ ଜାରି ରହିଛି ।

ଵର୍ତ୍ତମାନ ଯୋବ୍ରା ବ୍ୟାରେଜ କଲୋନୀକୁ ଖାଲି କରାଯାଉଛି । କାରଣ ହାତରେ ଆଉ ବାକି ରହିଛି ଦିନ କେଇଟା । ତାପରେ ଆରମ୍ଭ ସମ୍ପ୍ରସାରଣ କାମ । ଖାଲି ହେଉଥିବା ବ୍ୟାରେଜ କ୍ବାଟରର ଲୋକ ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ଏବଂ ଏହା ପରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି କଟକ ଜିଲ୍ଲାପାଳ ।

ଏସସିବି ମେଡିକାଲ ସମ୍ପ୍ରସାରଣ ପ୍ରସଙ୍ଗ: ଉଚ୍ଛେଦ ପୂର୍ବରୁ ଘର ଛାଡିଲେ ଅଧିକାଂଶ ଯୋବ୍ରା ବ୍ୟାରେଜ କଲୋନୀବାସୀ

ଏତତବ୍ୟତୀତ ଯୋବ୍ରା ବ୍ୟାରେଜ କଲୋନୀରେ ରହୁଥିବା ପ୍ରାୟ 200 କ୍ବାଟରକୁ ଖାଲି କରିବା ପାଇଁ ପୂର୍ବରୁ ନୋଟିସ ଦିଆଯାଇଥିଲା । ଯାହାର ସମୟ ସୀମା ଥିଲା ଫେବୃୟାରୀ ୨୮ । ଏହାପରେ ଜଣଙ୍କର ପରେ ଜଣେ ପରିବାର ନିଜର ଘର ଛାଡିବା ଆରମ୍ଭ କରି ଦେଇଥିଲେ । ବର୍ତ୍ତମାନ ପ୍ରାୟ ଦେଢ଼ ସହ ପରିବାର ଘର ଖାଲି କରି ସାରିଥିବା ବେଳେ ଆଉ କିଛି ପରିବାର ଘର ନମିଳିବା କାରଣରୁ କିଛିଦିନ ମହଲତ ମାଗିଛନ୍ତି । ତେବେ ହାତରେ ସ୍ବଳ୍ପ ସମୟ ରହିଥିବାରୁ ସମସ୍ତ ଉଚ୍ଛେଦ କାମ ସମୟରେ ସାରିବା ନେଇ ପ୍ରତିଶୃତିବଦ୍ଧ ଜିଲ୍ଲା ପ୍ରଶାସନ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details