କଟକ: ଜିଲ୍ଲାର ବଡ ମେଡିକାଲ ଏସସିବିର ସଂଯୋଗୀକରଣ ପ୍ରକ୍ରିୟା ପାଇଁ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ସେପଟେ ବସ୍ତି ବାସିନ୍ଦାକୁ ଏଯାବତ୍ ଗତ ଉଚ୍ଛେଦ ପ୍ରକ୍ରିୟାରେ ଥଇଥାନ କରାଯାଇନଥିବାରୁ ଜାରି ରହିଥିବା ଉଚ୍ଛେଦ ପ୍ରକ୍ରିୟାକୁ ମଙ୍ଗଳବାର ବସ୍ତି ବାସିନ୍ଦା ବିରୋଧ କରିଛନ୍ତି ।
ବସ୍ତି ବାସିନ୍ଦା ମିଳିତ ମଞ୍ଚ ପକ୍ଷରୁ ଜମି ପଟା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସ୍ତି ବାସିନ୍ଦାମାନେ ଆନ୍ଦୋଳନ କରିଛନ୍ତି । ଗତ ଉଚ୍ଛେଦ ପ୍ରକ୍ରିୟାରେ ଏଯାବତ୍ ସଠିକ ସ୍ଥାନରେ ଥଇଥାନ ହୋଇପାରିନାହିଁ । ହେଲେ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ସରକାର ଗରିବ ଓ ଖଟିଖିଆ ମଜୁରିଆଙ୍କ ସଂପର୍କରେ ଚିନ୍ତା କରୁନାହାନ୍ତି ବୋଲି ଲୋକମାନେ ଦାବି କରିଛନ୍ତି ।