ଓଡିଶା

odisha

By

Published : Jun 10, 2020, 9:23 PM IST

ETV Bharat / state

କୋରୋନା ସ୍ଥିତିରେ ଏସସିବି ସମ୍ପ୍ରସାରଣ, ସମୟ ମାଗିଲେ ମେଡିକାଲ କର୍ମଚାରୀ

ଏସସିବି ମେଡିକାଲ କଲେଜର ସମ୍ପ୍ରସାରଣ କାମ ଆରମ୍ଭ ନେଇ କଟକ ଜିଲ୍ଲା ପ୍ରଶାସନ ଘୋଷଣା କରିବା ପରେ ଚିନ୍ତାରେ ସ୍ଥାନୀୟ ବାସିନ୍ଦା ଓ ମେଡିକାଲ କର୍ମଚାରୀ । କୋରୋନା ସ୍ଥିତିରେ ଘର ଛାଡିବା ସମ୍ଭବ ନଥିବାରୁ ଆହୁରି କିଛି ଦିନ ସମୟ ଦେବା ପାଇଁ କର୍ମଚାରୀମାନେ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

କୋରୋନା ସ୍ଥିତିରେ ଏସସିବି ସମ୍ପ୍ରସାରଣ, ସମୟ ମାଗିଲେ ମେଡିକାଲ କର୍ମଚାରୀ
କୋରୋନା ସ୍ଥିତିରେ ଏସସିବି ସମ୍ପ୍ରସାରଣ, ସମୟ ମାଗିଲେ ମେଡିକାଲ କର୍ମଚାରୀ

କଟକ: ଖୁବଶୀଘ୍ର ଏସସିବି ମେଡିକାଲ କଲେଜର ସମ୍ପ୍ରସାରଣ କାମ ଆରମ୍ଭ ହେବ । ସପ୍ତାହ ମଧ୍ୟରେ ଉଛେଦ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି । ଏନେଇ କଟକ ଜିଲ୍ଲା ପ୍ରଶାସନ ଘୋଷଣା କରିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଛନକା ପଶିଯାଇଛି । ବର୍ତ୍ତମାନ କରୋନା ଆକ୍ରାନ୍ତ ବଢୁଥିବା ବେଳେ ଏହି ସମୟରେ ଘର ଛାଡିବା ସମ୍ଭବ ପର ନୁହେଁ ବୋଲି ଏସସିବି କର୍ମଚାରୀମାନେ କହିଛନ୍ତି ।

କୋରୋନା ସ୍ଥିତିରେ ଏସସିବି ସମ୍ପ୍ରସାରଣ, ସମୟ ମାଗିଲେ ମେଡିକାଲ କର୍ମଚାରୀ

ଜୁନ ମାସ ଗୁରୁତ୍ବପୂର୍ଣ୍ଣ ଥିବା ମୁଖ୍ୟମନ୍ତ୍ରୀ କହିଥିବାବେଳେ କେଉଁ ପରିସ୍ଥିତିରେ ଘର ଛାଡିବେ ବୋଲି କର୍ମଚାରୀମାନେ ପ୍ରଶ୍ନ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସପ୍ତାହର ଦୁଇ ଦିନ ଅର୍ଥାତ ଶନିବାର ଓ ରବିବାର ସହର ସଟଡାଉନ କରାଯାଉଛି । ସେହିପରି ପ୍ରତ୍ୟେକ ଦିନ ସନ୍ଧ୍ୟା ୭ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହୁଛି କର୍ଫ୍ୟୁ । ତେବେ ମେଡିକାଲ କର୍ମଚାରୀମାନେ କୋରୋନା ଡ୍ୟୁଟିରେ ବ୍ୟସ୍ତ ରହୁଥିବାବେଳେ ଏଭଳି ସ୍ଥିତିରେ ଘର ଭଡା ମିଳିବା ଚିନ୍ତାର ବିଷୟ ପାଲଟିଛି । ଏଣୁ ଆହୁରି କିଛି ଦିନ ସମୟ ଦେବା ପାଇଁ କର୍ମଚାରୀମାନେ ଅନୁରୋଧ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details