ଓଡିଶା

odisha

ETV Bharat / state

ଷ୍ଟ୍ରେଚର ପାଇଁ ମୋବାଇଲ ବନ୍ଧକ ନିୟମ, ଏମିତି ଭୁଲ ହେବନି କହିଲେ SCB କର୍ତ୍ତୃପକ୍ଷ - ଏସସିବିରେ ମୋବାଇଲ ରଖି ଷ୍ଟ୍ରେଚର ମିଳିବା ପ୍ରସଙ୍ଗ

କଟକ ଏସ୍‌ସିବି ମେଡିକାଲରେ ମୋବାଇଲ ବନ୍ଧଖ ରଖି ଷ୍ଟ୍ରେଚର ମିଳିବା ପ୍ରସଙ୍ଗ । ଏପରି ଭୁଲ ହେବନି ବୋଲି କହିଲେ ମେଡିକାଲ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

ମୋବାଇଲ ରଖି ଷ୍ଟ୍ରେଚର ମିଳିବା ପ୍ରସଙ୍ଗ, ଏମିତି ଭୁଲ ହେବନି କହିଲେ SCB କର୍ତ୍ତୃପକ୍ଷ
ମୋବାଇଲ ରଖି ଷ୍ଟ୍ରେଚର ମିଳିବା ପ୍ରସଙ୍ଗ, ଏମିତି ଭୁଲ ହେବନି କହିଲେ SCB କର୍ତ୍ତୃପକ୍ଷ

By

Published : Apr 21, 2022, 8:33 PM IST

କଟକ:ରାଜ୍ୟର ପ୍ରମୁଖ ମେଡିକାଲ, କଟକ ଏସ୍‌ସିବି(SCB) ମେଡିକାଲରେ ବିଚିତ୍ର ନିୟମ ଚର୍ଚ୍ଚାର ବିଷୟ ପାଲଟିବା ପରେ ସଫେଇ ଦେଇଛନ୍ତି ଜରୁରୀକାଳିନ ଅଧିକାରୀ । କାଜୁଆଲିଟି ଓ ଟ୍ରମା ସେଣ୍ଟରରେ ଷ୍ଟ୍ରେଚର ପାଇବାକୁ ମୋବାଇଲ ବନ୍ଧକ ରଖିବା ଘଟଣା ଅସଲ ସ୍ବାସ୍ଥ୍ୟସେବାକୁ ପଦାରେ ପକାଇଛି । ରୋଗୀଙ୍କ ଅଭିଯୋଗକୁ ସ୍ବୀକାର କରିଛନ୍ତି SCB କର୍ତ୍ତୃପକ୍ଷ । ଏପରିଭୁଲ ଯେପରି ଆଗକୁ ନ ହେବ, ସେନେଇ ଦୃଷ୍ଟି ଦିଆଯିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଛନ୍ତି ।

ମୋବାଇଲ ରଖି ଷ୍ଟ୍ରେଚର ମିଳିବା ପ୍ରସଙ୍ଗ, ଏମିତି ଭୁଲ ହେବନି କହିଲେ SCB କର୍ତ୍ତୃପକ୍ଷ

ଏଥିସହ ଯେଉଁ ସଂସ୍ଥା ଏହି କାର୍ଯ୍ୟ ବୁଝୁଛି ସେମାନଙ୍କୁ ମଧ୍ୟ ସ୍ପଷ୍ଟୀକରଣ ମାଗାଯାଇଥିବା SCB କର୍ତ୍ତୃପକ୍ଷ କହିଛନ୍ତି । ଏହା ଏକ ଦୁର୍ଭାଗ୍ୟଜନକ ଘଟଣା । ଆସନ୍ତା ଦିନ ମାନଙ୍କରେ ମୋବାଇଲ ନୁହେଁ ବରଂ ମୋବାଇଲ ନମ୍ବର ପୈଠ କରିବା ପାଇଁ ନିୟମ ରହିବ । ଆଉ ଏହାଦ୍ବାରା କୌଣସି ରୋଗୀ ହଇରାଣ ହେବେନି ବୋଲି କହିଛନ୍ତି SCB ଜରୁରୀକାଳୀନ ଅଧକାରୀ ଭୁବନାନନ୍ଦ ମହାରଣା । ଯଦି ଉକ୍ତ ସଂସ୍ଥା ଦ୍ବାରା କିଛି ବି ଭୁଲ ହୁଏ, ସଙ୍ଗେ ସଙ୍ଗେ ତାଙ୍କୁ ବହିଷ୍କାର କରାଯିବ ବୋଲି ସେ କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ୍‌, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details