କଟକ: ଏଣିକି ସ୍ବାଭାବିକ ହେବ ରୋଗୀ ସେବା । ଏସସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଉପକୃତ ହେବେ ଅଣ-କୋଭିଡ ରୋଗୀ । ଏଥିପାଇଁ ଏସଓପି ଲାଗୁ କରିବାକୁ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ଉଭୟ ଆଉଟଡୋର ଓ ଇନଡୋର ବିଭାଗରେ ଅଣକୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଏହି ଗାଇଡ଼ଲାଇନ ଜାରି କରାଯାଇଛି । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୋଭିଡ ପର୍ଯ୍ୟବେକ୍ଷକ ନେତୃତ୍ବରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ଏସସିବି ଓ ଆଚାର୍ଯ୍ୟ ହରିହର ହସ୍ପିଟାଲରେ ଅଣ-କୋଭିଡ ଚିକିତ୍ସା ପାଇଁ ଏସଓପି ଜାରି - ଏସସିବି ଓ ଆଚାର୍ଯ୍ୟ ହରିହର ହସ୍ପିଟାଲରେ ଅଣ-କୋଭିଡ ଚିକିତ୍ସା ପାଇଁ ଏସଓପି ଜାରି
12:42 July 18
କଟକ ବଡ଼ ମେଡିକାଲ ଓ ଆଚାର୍ଯ୍ୟ ହରିହର ମେଡିକାଲରେ ଅଣ-କୋଭିଡ ଚିକିତ୍ସା ପାଇଁ ଏସଓପି ଜାରି । କୋଭିଡ ପର୍ଯ୍ୟବେକ୍ଷକ ନେତୃତ୍ବରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ।
ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ ଓ କଟକ ବଡ଼ ମେଡିକାଲରେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଅଣ-କୋଭିଡ ରୋଗୀ ସେବା ଏକପ୍ରକାରର ଠପ୍ ହୋଇଯାଇଛି । ଏପରିକି ଜଣେ ସାଧାରଣ ରୋଗୀ ଏହି ହସ୍ପିଟାଲକୁ ଆସିଲେ ସେମାନଙ୍କୁ ଗୁରୁତ୍ବର ସହ ଦେଖୁନଥିଲେ ଡାକ୍ତର । ଏନେଇ ଇଟିଭି ଭାରତ ଲଗାତାର ଭାବେ ଖବର ପ୍ରସାରଣ କରିଥିଲା ।
ତେବେ ଏହି ମେଡିକାଲରେ ଅଣ-କୋଭିଡ ରୋଗୀ ଚିକିତ୍ସାରୁ ଯେପରି ବଞ୍ଚିତ ନହୁଅନ୍ତି, ସେ ନେଇ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରାଯାଇଥିଲା । ଏହି ବୈଠକରେ କଟକ ଜିଲ୍ଲା କୋଭିଡ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ, କଟକ ଜିଲ୍ଲାପାଳ, ପୋଲିସ କମିଶନର, ସିଏମସି କମିଶନର, ଏସସିବି ଅଧ୍ୟକ୍ଷ ଓ ଅଧିକ୍ଷକ, କ୍ୟାନସର ହସ୍ପିଟାଲର ନିର୍ଦ୍ଦେଶକଙ୍କ ସମତେ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ତେବେ ଆଣ୍ଟିଜେନ ଟେଷ୍ଟ କରି ରୋଗୀ ସେବା ଯୋଗାଇବାକୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଥିବା କଟକ ଜିଲ୍ଲା କୋଭିଡ ପର୍ଯ୍ୟବେକ୍ଷକ ସୌରଭ ଗର୍ଗ କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ