କଟକ: ଆମେରିକା ବୋଷ୍ଟନ ସହରରେ ପ୍ରଥମ ଥର ପାଇଁ ମୁକ୍ତିଲାଭ କରିବ ଓଡିଆ ଫିଲ୍ମ ଛବିରାଣୀ । ଏହି ଫିଲ୍ମ ଓଡିଶାର ବହୁ ଚର୍ଚ୍ଚିତ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣା ଉପରେ ଆଧାରିତ । ଶନିବାର ଛବିରାଣୀ ଫିଲ୍ମ ରିଲିଜ୍ ହେବ । ପ୍ରଥମ ଥର ପାଇଁ ବିଦେଶରେ ରିଲିଜ ଏହି ଫିଲ୍ମ ଓଲିଉଡ ଜଗତରେ ଇତିହାସ ରଚିବ ।
ଶନିବାର ଆମେରିକାରେ ମୁକ୍ତିଲାଭ କରିବ ଓଡିଆ ଚଳଚ୍ଚିତ୍ର 'ଛବିରାଣୀ' - ଓଡିଆ ଚଳଚ୍ଚିତ୍ର 'ଛବିରାଣୀ'
ଶନିବାର ମୁକ୍ତିଲାଭ କରିବ ଓଡିଆ ଫିଲ୍ମ ଛବିରାଣୀ । ସତ୍ୟ ଘଟଣା ଉପରେ ଆଧାରିତ ଏହି ଫିଲ୍ମ ପ୍ରଥମ ଥର ପାଇଁ ବିଦେଶରେ ରିଲିଜ ହେବ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ
ଫିଲ୍ମରେ ୬ଟି ଗୀତ ରହିଛି । ଆମେରିକାରେ ଥିବା ପ୍ରବାସୀ ଓଡ଼ିଆ ଏହି ଫିଲ୍ମ ଦେଖିବାର ସୁବିଧା ପାଇପାରିବେ । ଯାହାକୁ ନେଇ ଖୁସି ପ୍ରକଟ କରିଛନ୍ତି ଫିଲ୍ମ ନିର୍ଦ୍ଦେଶକ ଓ ସଙ୍ଗୀତ ନିର୍ଦ୍ଦେଶକ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ