ଓଡିଶା

odisha

ETV Bharat / state

ସ୍ୟାଟ ଉଚ୍ଛେଦକୁ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ

ସ୍ୟାଟ ଉଚ୍ଛେଦକୁ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ । ସ୍ୟାଟ ଆଇନଜୀବୀ ସଂଘ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜ୍ଜୁ ହୋଇଛି । ଅନ୍ୟପଟେ ବୁଧବାର ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି ।

By

Published : Aug 6, 2019, 9:15 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍)କୁ ଉଚ୍ଛେଦ ନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ । ସ୍ୟାଟ ଉଚ୍ଛେଦ ପାଇଁ ରାଜ୍ୟ ସରକାର କରିଥିବା ଆବେଦନକୁ କେନ୍ଦ୍ର ସରକାର ମୋହର ମାରିବା ପରେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ସ୍ୟାଟ ଆଇନଜୀବୀ ସଂଘ । ସଂଘ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜ୍ଜୁ ହୋଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଅନେକ ମାମଲା ଏବେ କୋର୍ଟରେ ବିଚାରଧିନ ଥିବା ବେଳେ ଏହାକୁ ଉଚ୍ଛେଦ କରିବା ସମ୍ପୂର୍ଣ୍ଣ ବେଆଇନ ବୋଲି ମାମଲାରେ ଦର୍ଶାଇଛି ଆଇନଜୀବୀ ସଂଘ । ତେବେ ସ୍ୟାଟ୍‌ରେ ଉଭୟ ଭୁବନେଶ୍ବର ଓ କଟକ ବେଞ୍ଚରେ ପ୍ରାୟ 70 ହଜାର ଚାକିରି ସମ୍ବନ୍ଧୀୟ ମାମଲା ବିଚାରଧିନ ରହିଛି । ସ୍ୟାଟ୍‌ ଉଚ୍ଛେଦ ହେଲେ ଏହି ସବୁ ମାମଲାର ଭବିଷ୍ୟତ କଣ ? ହେବ ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେଣୁ କିଭଳି ମାମଲାର ତ୍ବରିତ ବିଚାର ହେବ ସେ ନେଇ ଆଶଙ୍କା ପ୍ରକାଶ ପାଇଛି । ଅନ୍ୟପଟେ ବୁଧବାର ମାମଲାର ଶୁଣାଣି କରାଯିବା ନେଇ ଧାର୍ଯ୍ୟ କରାଯାଇଛି ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details