ଓଡିଶା

odisha

ETV Bharat / state

ମଣ୍ଡପରେ ମା’ ଦୁର୍ଗତିନାଶିନୀଙ୍କ ଆବିର୍ଭାବ - ମା କଟକ ଚଣ୍ଡୀ

ପୂଜା ମଣ୍ଡପରେ ବିରାଜିତ ହୋଇଛନ୍ତି ଦୁର୍ଗତିନାଶିନୀ ମା’ ଦୁର୍ଗା । ବିଲ୍ବାଧିବାସ ପରେ ହୋଇଛି ମା’ଙ୍କ ଷଷ୍ଠୀ ପୂଜା । ସେପଟେ ମା’ଙ୍କ ପୀଠରେ ମଧ୍ୟ ରାତ୍ରିରୁ ଆରମ୍ଭ ହେବ ସପ୍ତମୀ ପୂଜା । ଅଧିକ ପଢ଼ନ୍ତୁ...

ମା’ ଦୁର୍ଗତିନାଶିନୀଙ୍କ ଆବିର୍ଭାବ

By

Published : Oct 4, 2019, 7:17 PM IST

କଟକ: ହୋଇ ସାରିଛି ମା’ ଜଗତ ଜନନୀଙ୍କର ଆବିର୍ଭାବ । ମନ୍ତ୍ର ଧ୍ବନିରେ ପ୍ରକମ୍ପିତ ହେଉଛି କଟକ ସହର । ମାଆଙ୍କ ଆଗମନରେ ବାଉନ ବଜାର ତେପନ ଗଳି ହୋଇ ଉଠିଛି ଚଳଚଞ୍ଚଳ । ଶୁକ୍ରବାର ଠାରୁ ମୃଣ୍ମୟୀ ଦେବୀଙ୍କ ଷଷ୍ଠୀ ପୂଜା ଆରମ୍ଭ ହୋଇଥିବା ବେଳେ ମା କଟକ ଚଣ୍ଡୀଙ୍କ ପୀଠରେ ବିଳମ୍ବିତ ରାତିରେ ଆରମ୍ଭ ହେବ ସପ୍ତମୀ ପୂଜା ।

ମା’ ଦୁର୍ଗତିନାଶିନୀଙ୍କ ଆବିର୍ଭାବ

ବେଲବରଣୀ ପରେ ମା’ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ସମସ୍ତ ରୀତିନୀତିରେ କରାଯାଉଛି ମା’ଙ୍କ ଆରାଧନା । ଏହି ପୂଜାରେ ମା’ଙ୍କ ବିଲ୍ଵାଧିବାସ ହୋଇଥାଏ । ଯେଉଁଥିରେ ବେଲ ଗଛର ଗୋଟିଏ ଶାଖାରେ ଫଳିଥିବା 2ଟି ବେଲକୁ ଛେଦନ କରି ନଦୀରେ କଳସାଧିବାସ କରାଯାଏ । ଆଉ ତାପରେ ମାଆ ଜଗଦମ୍ବାଙ୍କୁ ଆବାହନ କରାଯାଇଥାଏ ।

ଅନ୍ୟପଟେ ଶକ୍ତିପୀଠରେ ମାଆ ଚଣ୍ଡୀଙ୍କର ସପ୍ତମୀ ପୂଜା ଅନୁଷ୍ଠିତ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟୟରେ । ଶୁକ୍ରବାର ମଧ୍ୟରାତିରେ ଏହି ପୂଜା ଆରମ୍ଭ ହେବ। ଷୋଡ଼ଶ ଉପଚାର ପୂଜାରେ ଯେଉଁ ପୂଜା ପଦ୍ଧତି ରହିଥାଏ ସେହି ଅନୁସାରେ ମା’ଙ୍କୁ ଆଜି ପୂଜାର୍ଚ୍ଚନା କରାଯିବ । ତେବେ ସପ୍ତମୀ ଉପଲକ୍ଷେ ମା କଟକ ଚଣ୍ଡୀ ବଗଳା ମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଥିବାବେଳେ ମା’ ଗଡ଼ଚଣ୍ଡୀ ମହାଲକ୍ଷ୍ମୀ ବେଶ ଧାରଣ କରିଛନ୍ତି।

ପୀଠ ଓ ମଣ୍ଡପରେ ମା’ଙ୍କ ଦର୍ଶନ ପାଇଁ ଲାଗୁଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ । ମା’ଙ୍କ ଦର୍ଶନ ପାଇଲେ ଜନ୍ମଜନ୍ମାନ୍ତର ପାପ କ୍ଷୟ ହୁଏ, ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ବାସ କରନ୍ତି ଭକ୍ତ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details