ଓଡିଶା

odisha

ETV Bharat / state

୧୨ ଯାଏଁ ଗିରଫ ହେବେନି ଜାଗୀ ଓ ବୈଜୟନ୍ତ

ସାରୁଅ ଜମି କେଳେଙ୍କାରୀ ମାମଲାରେ 12 ତାରିଖ ଯାଏଁ ଜାଗୀ ମଣ୍ଡତ ପଣ୍ଡା ଏବଂ ବୈଜୟନ୍ତ ପଣ୍ଡାଙ୍କୁ କରାଯାଇପାରିବ ନାହିଁ ଗିରଫ । ଆଦେଶ ଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ..

By

Published : Nov 6, 2020, 8:27 PM IST

Updated : Nov 6, 2020, 9:24 PM IST

୧୨  ଯାଏଁ ଗିରଫ ହେବେନି  ଜାଗୀ ଓ ବୈଜୟନ୍ତ
୧୨ ଯାଏଁ ଗିରଫ ହେବେନି ଜାଗୀ ଓ ବୈଜୟନ୍ତ

କଟକ: ଖୋର୍ଦ୍ଧା ସାରୁଅ ଜମି କେଳେଙ୍କାରୀ ମାମଲାରେ ଜାଗୀ ମଙ୍ଗତ ପଣ୍ଡା ଏବଂ ବୈଜୟନ୍ତ ପଣ୍ଡାଙ୍କୁ ଆଶ୍ବସ୍ତି । ୧୨ ତାରିଖ ଯାଏଁ ସେମାନଙ୍କୁ ଗିରଫ ନ କରିବାକୁ ହାଇକୋର୍ଟ ଅନ୍ତରୀଣ ଆଦେଶ ପ୍ରଦାନ କରିଛନ୍ତି। ଅର୍ଥାତ ୧୨ ତାରିଖ ପର୍ଯ୍ୟନ୍ତ ଉଭୟଙ୍କୁ EOW (ଅର୍ଥନୈତିକ ଅପରାଧୀକ ଶାଖା) ଗିରଫ କରିପାରିବ ନାହିଁ । ଏନେଇ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ହାଇକୋର୍ଟ।

୧୨ ଯାଏଁ ଗିରଫ ହେବେନି ଜାଗୀ ଓ ବୈଜୟନ୍ତ

ତେବେ ଗିରଫ ଆଶଙ୍କା କରି ଉଭୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବେଗୁନିଆ ସାରୁଅ ଗ୍ରାମରେ ବେଆଇନ ଜମିକିଣା ମାମଲାର ଗୁରୁବାର ସାମ୍ବାଦିକ ସମ୍ମିଳନୀ କରିଥିଲେ କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ । ଚଞ୍ଚକତା କରି ଜମି କିଣା ଯାଇଥିବା ଏଡିଜି କହିଥିଲେ । ତେବେ ସାରୁଅରେ ଥିବା ଏସସି ଲୋକଙ୍କ ଜମି ସିଧାସଳଖ କିଣିବା ସମ୍ଭବ ନଥିଲା, ତେଣୁ କମ୍ପାନୀ ଜଣେ ଡ୍ରାଇଭରଙ୍କୁ ବ୍ୟବହାର କରି ଜମି କିଣିଥିବା ଏଡିଜି ସୌମେନ୍ଦ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ସେହିପରି ଜମି ବିକ୍ରେତା ରବି ସେଠୀ ଏହି କାମ ପାଇଁ ରାଜି ନ ଥିବାରୁ ତାଙ୍କୁ ଡରାଇ, ଧମକାଇ ଜମି କିଣାଯାଇଥିବା ସେ କହିଛନ୍ତି ।

2010ରୁ 2013 ମଧ୍ୟରେ ଏହି 7.29 ଏକର ଜମି କିଣାଯାଇଥିବାବେଳେ 2016ରୁ 2019 ମଧ୍ୟରେ ବିକ୍ରି କରାଯାଇଥିଲା । ତେବେ ଜମି ମୂଲ୍ୟ 65 ଲକ୍ଷ ଥିବାବେଳେ ଜମି ମାଲିକ ଏବାବଦକୁ ରବି ସେଠୀଙ୍କୁ କୌଣସି ଟଙ୍କା ଦେଇନଥିବା କହିଛନ୍ତି ସୌମେନ୍ଦ୍ର । ଏହି ମାମଲାରେ ବେଆଇନ କାରବାର ହୋଇଛି । ବେଆଇନ ଅର୍ଥ କାରବାର ମାମଲା ଓଡିଶା ପୋଲିସ ପରିସରଭୁକ୍ତ ନୁହେଁ । ତେଣୁ ଏହି ମାମଲାକୁ ଆୟକର ବିଭାଗକୁ ହସ୍ତାନ୍ତର କରାଯାଇଛି ବୋଲି ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ଅନ୍ୟପଟେ ଅର୍ଥନୈତିକ ଅପରାଧ ତଦନ୍ତ ଶାଖା(ଇଓଡ୍ବଲୁ) ମାମଲାର ତଦନ୍ତ ଜାରି ରଖିଛି ।

କଟକରୁ ନାରାୟଣ ସାହୁ , ଇଟିଭି ଭାରତ

Last Updated : Nov 6, 2020, 9:24 PM IST

ABOUT THE AUTHOR

...view details