କଟକ:ଭଡା ଘରୁ ଦୁଇ ବର୍ଷର ଶିଶୁ ପୁତ୍ର ଏବଂ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା । ମୃତ ମହିଳାଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମଧୂପାଟଣା ଥାନା ପୋଲିସ । ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି। ପତ୍ନୀ ଙ୍କୁ ମାନସିକ ନିର୍ଯ୍ୟାତନା ଦେବାରୁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଥଲେ ।
ଅନ୍ୟପଟେ ଏହି ଘଟଣା କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସନ୍ତୋଷ ଙ୍କ ସାନ ଭାଇ। ତାଙ୍କ ଭାଇ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ । ବିନା ଦୋଷରେ ପୋଲିସ ଗିରଫ କରିଛି। ଏଥିସହ ଭାଉଜ ଭାଇଙ୍କୁ ସବୁବେଳେ ମାନସିକ ନିର୍ଯାତନା ଦେଉଥିଲେ ବୋଲି ପାଲଟା ଅଭିଯୋଗ କରିଛନ୍ତି ସନ୍ତୋଷ ଙ୍କ ସାନ ଭାଇ। ବିବାହ ପରେ ସବୁବେଳେ ବାପ ଘରେ ରହୁଥିଲେ। ଭାଇ ଙ୍କୁ ଶିଳ୍ପୀ ପୂର୍ବରୁ ମାଡ଼ ମଧ୍ୟ ମାରିଥିଲେ । ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ତେବେ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିଲା। ସବୁଠାରୁ ବଡ କଥା ହେଉଛି ଭାଉଜ, ନିଜର ସାବତ ପୁଅ କୁ ହତ୍ୟା କରିବା ଏବଂ ନିଜେ ଆତ୍ମହତ୍ୟା କରିବା ପଛରେ ଅନେକ କାରଣ ରହିଥିବା ଦିଅର ଅଭିଯୋଗ କରିଛି । ଭାଇର ବିବାହ ପୂର୍ବରୁ ଭାଉଜ ଘର ଲୋକ ୬ ଲକ୍ଷ ଟଙ୍କା ଧାର ନେଇଥିଲେ ବୋଲି ସଙ୍ଗୀନ ଅଭିଯୋଗ କରିଛି ଦିଅର। କେବଳ ସେତିକି ନୁହେଁ ଭାଉଜଙ୍କ ପରିବାର ରେ କାହାର ପୁତ୍ର ସନ୍ତାନ ନ ଥିବାରୁ ସାବତ ପୁଅ ଉପରେ ସମସ୍ତଙ୍କ ନଜର ରହିଥିଲା। ଏନେଇ ଭାଉଜ ଏବଂ ସେମାନଙ୍କ ପରିବାର ଲୋକ ଅନେକ ଥର ଧମକ ଚମକ ଦେଇଥିଲେ। ଏପରିକି ଭାଉଜ ଅନେକ ଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ନେଇ ଦିଅର ଅଭିଯୋଗ କରିଛି।