ଓଡିଶା

odisha

ETV Bharat / state

ରେଭେନ୍ସା କେମେଷ୍ଟ୍ରି ବିଭାଗରେ ପ୍ରସ୍ତୁତ ହେଉଛି ସାନିଟାଇଜର

ରେଭେନ୍ସା କେମେଷ୍ଟ୍ରି ବିଭାଗରେ ପ୍ରସ୍ତୁତ ହେଉଛି ସାନିଟାଇଜର । ଲ୍ୟାବରେ ମହଜୁଦ ଥିବା ରାସାୟନିକ ପଦାର୍ଥ ଗୁଡିକୁ ବ୍ୟବହାର କରି ସାନିଟାଇଜର ପ୍ରସ୍ତୁତିରେ ଲାଗି ପଡିଛନ୍ତି ଗବେଷଣାରତ ଛାତ୍ରଛାତ୍ରୀ ଓ ଅଧ୍ୟାପକ । ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୧୫ ଲିଟର ସାନିଟାଇଜର ପ୍ରସ୍ତୁତ କରି ବାଣ୍ଟିଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ.....

By

Published : Apr 2, 2020, 10:21 PM IST

Sanitizers are made in the Ravensa Chemistry Department
ରେଭେନ୍ସା କେମେଷ୍ଟ୍ରି ବିଭାଗରେ ପ୍ରସ୍ତୁତ ହେଉଛି ସାନିଟାଇଜର

କଟକ :କୋରୋନାକୁ ନେଇ ଚିନ୍ତାରେ ସାରା ବିଶ୍ବ । ଦିନକୁ ଦିନ ହୁ ହୁ ହୋଇ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ଇତି ମଧ୍ୟରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 2000 ଛୁଇଁଥିବାବେଳେ ମୃତ୍ୟୁ ସଂଖ୍ୟା 50କୁ ଛୁଇଁଛି । ଯେଉଁଥିପାଇଁ ସାରା ଦେଶରେ ଲକଡାଉନ ଜାରି କରାଯ।ଇଛି ।

ତେବେ ଏହି ଘାତକ କୋରୋନା ଭୂତାଣୁକୁ କାବୁ କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରତିଷେଧକ ନଥିବାବେଳେ କେବଳ ସଚେତନତା ଓ ସାମାଜିକ ଦୂରତ୍ବ ଦ୍ବାରା ହିଁ ଏହାକୁ ରୋକାଯାଇପାରିବ ବୋଲି କୁହାଯାଉଛି । ସେପେଟ ସ୍ବଚ୍ଛତାକୁ ନଜରରେ ରଖି କୋରୋନା ପାଇଁ ବଜାରରୁ ଗାଏବ ସାନିଟାଇଜର ଓ ମାସ୍କ । ଆଉ ଯଦି ବି ମିଳୁଛି ତାହା ପୁଣି ଚଢା ଦରରେ । ତେବେ ଏହି ମହାମାରୀରୁ ବର୍ତ୍ତିବା ପାଇଁ ରେଭେନ୍ସା କେମେଷ୍ଟ୍ରି ବିଭାଗରେ ଅଧ୍ୟୟନରତ ଛାତ୍ରଛାତ୍ରୀ ସାନିଟାଇଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ରେଭେନ୍ସା କେମେଷ୍ଟ୍ରି ବିଭାଗରେ ପ୍ରସ୍ତୁତ ହେଉଛି ସାନିଟାଇଜର

ଏ ଦୃଶ୍ୟ ହେଉଛି ରେଭେନ୍ସା ବିଶ୍ବବିଦ୍ୟାଳୟର ରାସାୟନିକ ବିଭାଗ ପରୀକ୍ଷାଗାରର ଦୃଶ୍ୟ । ଗବେଷଣା ପାଇଁ ଲ୍ୟାବରେ ମହଜୁଦ ଥିବା ରାସାୟନିକ ପଦାର୍ଥ ଗୁଡିକୁ ବ୍ୟବହାର କରି ସାନିଟାଇଜର ପ୍ରସ୍ତୁତିରେ ଲାଗି ପଡିଛନ୍ତି ଗବେଷଣାରତ ଛାତ୍ରଛାତ୍ରୀ ଓ ଅଧ୍ୟାପକ । ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ୧୫ ଲିଟର ସାନିଟାଇଜର ପ୍ରସ୍ତୁତ କରି ବାଣ୍ଟିଛନ୍ତି ଛାତ୍ରଛାତ୍ରୀ । ଯଦି ସରକାରଙ୍କ ପକ୍ଷରୁ ଏମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦିଆଯାଏ, ଆଗାମୀ ଦିନରେ ବହୁଳ ମାତ୍ରାରେ ସାନିଟାଇଜର ପ୍ରସ୍ତୁତ କରାଯାଇ ବିଭିନ୍ନ ମେଡିକାଲ ଓ ସାଧାରଣ ଲୋକଙ୍କୁ ଯୋଗାଇ ଦିଆଯାଇପାରନ୍ତା । ଏହା ସହ ଲୋକଙ୍କୁ କମ ଟଙ୍କାରେ ମଧ୍ୟ ଉପଲବ୍ଧ ହୋଇପାରନ୍ତା ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details