କଟକ: ଦେଶରେ ହୁହୁ ହୋଇ ବ୍ୟାପୁଛି କୋରୋନା ମହାମାରୀ । ଏଭଳି ସ୍ଥିତିରେ ଦେଶର ଅନେକ ରାଜ୍ୟ ମାନଙ୍କରେ ହସ୍ପିଟାଲରେ ଅମ୍ଳଜାନ ଅଭାବରୁ ଅନେକ ଜୀବନ ଯାଉଛି । ଯାହାକୁ ହୃଦୟଙ୍ଗମ କରି ରାଜ୍ୟ ସରକାର ଆବଶ୍ୟକତା ଥିବା ରାଜ୍ୟ ଗୁଡିକୁ ଅମ୍ଳଜାନ ପଠାଇବା ଆରମ୍ଭ କରିଛନ୍ତି । ଯାହା ମୁଖ୍ୟମନ୍ତ୍ରୀଙ୍କ ମହନତାର ପରିଚୟ ଦେଉଛି ।
ବାଲୁକା କଳାରେ ରାଜ୍ୟସରକାରଙ୍କୁ ଧନ୍ୟବାଦ ଦେଲେ ବାଲୁକା ଶିଳ୍ପୀ - sand art
ରାଜ୍ୟ ସରକାର ଆବଶ୍ୟକତା ଥିବା ରାଜ୍ୟ ଗୁଡିକୁ ଅମ୍ଳଜାନ ପଠାଇବା ଆରମ୍ଭ କରିବା ନେଇ କଟକରେ ବାଲୁକା କଳା ସାହାଯ୍ୟରେ ଧନ୍ୟବାଦ ଦେଇଛନ୍ତି ବାଳୁକା ଶିଳ୍ପୀ ।ଅଧିକ ପଢନ୍ତୁ...
ବାଲୁକା କଳାରେ ରାଜ୍ୟସରକାରଙ୍କୁ ଧନ୍ୟବାଦ
ତେଣୁ ଏପରିସ୍ଥଳେ କଟକରେ ବାଲୁକା କଳା ସାହାଯ୍ୟରେ ଏହି ମହନତାର ବାର୍ତା ବାଣ୍ଟିଥିବା ରାଜ୍ୟ ସରକାରଙ୍କୁ ବାଲୁକା କଳାରେ ଧନ୍ୟବାଦ ଦେଇଛନ୍ତି ବାଲୁକା ଶିଳ୍ପୀ ସିଦ୍ଧାର୍ଥ ବେହେରା। 60 ଟନ ବାଲି ଓ 32 ଘଣ୍ଟାର ସମୟ ମଧ୍ୟରେ ଏହି କଳା ପଦର୍ଶିତ କରିଛନ୍ତି । ବେଳଭ୍ୟୁ ଛକ ନିକଟରେ ଥିବା ପାର୍କରେ ଏହି ବାଲୁକା କଳା କରିଛନ୍ତି ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ