କଟକ: ସେଲ୍ଫ ଫାଇନାସିଂ ଭିତ୍ତିରେ ବିଇଡି ପାଠ୍ୟକ୍ରମକୁ ବିରୋଧ । ବନ୍ଦ ଥିବା ରାଜ୍ୟର 14ଟି ବିଇଡି କଲେଜକୁ ତୁରନ୍ତ ଖୋଲିବା ସହ ସେଲ୍ଫ ଫାଇନସିଂ ଭିତ୍ତିରେ ବିଇଡ ପାଠ୍ୟକ୍ରମ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଛି ସମତା ମଞ୍ଚ । ଏନେଇ ସଂଗଠନ ପକ୍ଷରୁ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କେନ୍ଦ୍ରାଞ୍ଚଳ ଆରଡିସିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ, ଚଳିତ ବର୍ଷ ରାଜ୍ୟ ସରକାର ଉପଯୁକ୍ତ ଭିତ୍ତିଭୂମି ନ ଥିବା ସହ ବିଭିନ୍ନ କାରଣ ଦର୍ଶାଇ ରାଜ୍ୟର 14ଟି ସରକାରୀ ବିଇଡି କଲେଜକୁ ବନ୍ଦ କରିଛନ୍ତି । ସେହିପରି ସେଲ୍ଫ ଫାଇନାସିଂ ଭିତ୍ତିରେ ବର୍ଷକୁ 45 ହଜାର ଟଙ୍କା ନାମ ଲେଖା ଫିସ ଥିବା ବିଇଡି ପାଠ୍ୟକ୍ରମକୁ 12 ଟି ସାଧାରଣ ଡିଗ୍ରୀ କଲେଜରେ ଖୋଲାଯାଇଛି ।