କଟକ: ନିଦ ହଜେଇଛି କେନ୍ଦ୍ର ସରକାରଙ୍କ ମୋଟର ଭେଇକଲ ଆକ୍ଟ । ନୂଆ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ କଷାଯାଉଛି ମୋଟା ଅଙ୍କର ଫାଇନ । ସେପ୍ଟେମ୍ବର ପହିଲାରୁ ରାଜ୍ୟ ସରକାର ଏହି ନୂଆ ନିୟମ ଲାଗୁ କରିଛନ୍ତି । କମିଶନରେଟ୍ ପୋଲିସ ମଧ୍ୟ ଏନେଇ ତତ୍ପର ହୋଇଉଠିଛି । କିନ୍ତୁ ବିନା ସୂଚନାରେ ଏହି ନିୟମ ଲାଗୁ କରିବା କେତେ ଦୂର ଠିକ୍ ତାହା ଏବେ ପ୍ରଶ୍ନ କରିଛି ସମତା ମଞ୍ଚ ।
ନୂଆ ଟ୍ରାଫିକ ନିୟମକୁ ସମତା ମଞ୍ଚର ବିରୋଧ - ମୋଟର ଭେଇକିଲ ଆକ୍ଟ
କେନ୍ଦ୍ର ସରକାରଙ୍କ ମୋଟର ଭେଇକଲ ଆକ୍ଟ ସେପ୍ଟେମ୍ବର ପହିଲାରୁ ରାଜ୍ୟ ସରକାର ଲାଗୁ କରାଇଛନ୍ତି । ବିନା ସୂଚନାରେ ଏହି ନିୟମ ଲାଗୁ କରିବା କେତେ ଦୂର ଠିକ୍ ବୋଲି ପ୍ରଶ୍ନ କରିଛି ସମତା ମଞ୍ଚ । ପ୍ରଥମେ ଲୋକଙ୍କୁ ସଚେତନ କରାଇ ନିୟମ ଲାଗୁ କରିବାକୁ ମଞ୍ଚ ଦାବି କରିଛି ।
କୌଣସି ନୂଆ ନିୟମ ଲାଗୁ କରିବା ପୂର୍ବରୁ ଗୋଟିଏ ମାସ ପୂର୍ବରୁ ଏସମ୍ପର୍କରେ ଅବଗତ କରାଇବାର ଆବଶ୍ୟକତା ରହିଛି । ସରକାରଙ୍କ ଏଭଳି ମନୋମୁଖୀ ନିୟମ ଲୋକଙ୍କ ହିତ ପାଇଁ ନୁହେଁ ବରଂ ନିଜକୁ ରକ୍ଷା କରିବା ପାଇଁ ବୋଲି ଅଭିଯୋଗ କରିଛି ମଞ୍ଚ । ତେବେ ଏହି ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ପ୍ରଦୂଷଣ ସାର୍ଟିଫିକେଟକୁ ଗୋଟିଏ ମାସ ସ୍ଥଗିତ ରଖିଛନ୍ତି ରାଜ୍ୟ ସରକାର । ତେବେ ହଠାତ୍ ଏଭଳି ପରିବର୍ତ୍ତନ ଅନ୍ୟ କିଛି ଇଙ୍ଗିତ କରୁଛି ବୋଲି ଅଭିଯୋଗ କରିଛି । ଏଭଳି ସ୍ଥିତିରେ ଲୋକଙ୍କୁ ପ୍ରଥମେ ସଚେତନ କରାଇ ପରେ ନିୟମ ଲାଗୁ କରି ଫାଇନ ଆଦାୟ କରିବାକୁ ମଞ୍ଚ ପକ୍ଷରୁ ଦାବି କରାଯାଇଛି ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ