ନିଆଳି: ମାଣ୍ତିଆ ଚାଷ କଲେ ଅର୍କତୀର୍ଥ ଆଶ୍ରମର ବାବା ବିଶ୍ବମ୍ବର ଦାସ । ରାଜ୍ୟ ସରକାରଙ୍କ ମାଣ୍ତିଆ ଚାଷ ଉପରେ ଗୁରୁତ୍ବାରୋପ ପରେ ଆଶ୍ରମର ବାବା ପରୀକ୍ଷା ମୂଳକ ଭାବରେ ଆରମ୍ଭ କରିଛନ୍ତି ମାଣ୍ତିଆ ଚାଷ । ସରକାରଙ୍କ ପ୍ରୋତ୍ସାହନ ମିଳିଲେ ଅଧିକ ମାଣ୍ତିଆ ଚାଷ କରିବେ ବୋଲି କହିଛନ୍ତି ଆଶ୍ରମର ବାବା ବିଶ୍ବମ୍ବର ଦାସ ।
କଟକ ଜିଲ୍ଲା ନିଆଳି ବ୍ଳକର ନୂଆଗାଁ ପଞ୍ଚାୟତ ଅଧିନରେ ରହିଛି ଅର୍କତୀର୍ଥ ଆଶ୍ରମ । ଆଶ୍ରମର ଦାୟିତ୍ବରେ ଥିବା ବାବା ବିଶ୍ବମ୍ବର ଦାସ ପ୍ରଥମେ ରେଡ଼ିଓ ମାଧ୍ୟମରେ ରାଜ୍ୟ ସରକାରଙ୍କ ମାଣ୍ତିଆ ସମ୍ବନ୍ଧୀୟ ଚାଷ ସମ୍ପର୍କରେ ସୂଚନା ପାଇଥିଲେ । ଏହାପରେ ବିଶ୍ବମ୍ବର ବାବା ମାଣ୍ତିଆ ଚାଷ କରିବା ପାଇଁ ମନ ବଳାଇଥିଲେ । ଆଶ୍ରମର ଥିବା ୫ ଏକର ଜମିରୁ ପରୀକ୍ଷା ମୂଳକ ଭାବରେ ଏକ ଏକର ଜମିରେ ଆରମ୍ଭ କରିଥିଲେ ମାଣ୍ତିଆ ଚାଷ । ଗତ ୩ ମାସ ତଳେ ଖୋଲା ବଜାରରୁ ମାଣ୍ତିଆ ବିହନ ସଂଗ୍ରହ କରି ଆରମ୍ଭ କରିଥିଲେ ମାଣ୍ତିଆ ଚାଷ । ୩ ମାସ ପରେ ବିଲରେ ହସୁଛି ମାଣ୍ତିଆ ଫସଲ । ଏବେ ବିଶ୍ବମ୍ବର ବାବା ମଜୁରିଆ ଲଗାଇ ମାଣ୍ତିଆ କାଟୁଛନ୍ତି । ଆଶା ରଖିଛନ୍ତି ଦୁଇ ପଇସା ଲାଭ ହେଲେ ଆଗକୁ ମାଣ୍ତିଆ ଚାଷ ଅଧିକ କରିବେ ।