କଟକ:କଟକରୁ ନକଲି ଔଷଧ ଜବତ ଘଟଣାରେ ଦିନକୁ ଦିନ ନୂଆ ଚର୍ଚ୍ଚା ପଦାକୁ ଆସୁଛି । ଗତକାଲି କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ବରିଷ୍ଠ ଆଇନଜୀବୀ ସମାଲୋଚନା କରିଥିବାବେଳେ ଆହୁରି ଏକ କଥା ପଦାକୁ ଆସିଛି । ଔଷଧ ବ୍ୟବସାୟୀଙ୍କ ସହ ଶାସକ ଦଳର ହାତ ରହିଥିବା କଂଗ୍ରେସ ବିଧାୟକ ଇଂ ମହମ୍ମଦ ମୋକିମ ଅଭିଯୋଗ କରିଛନ୍ତି।
ନକଲି ଔଷଧ କାରବାର ଘଟଣାରେ ରହିଛି ଶାସକ ଦଳର ହାତ: ବାରବାଟୀ ବିଧାୟକ - ବାରବାଟୀ ବିଧାୟକଙ୍କ ଅଭିଯୋଗ
କଟକରୁ ନକଲି ଔଷଧ ଘଟଣାରେ ଶାସକ ଦଳର ହାତଥିବା ଅଭିଯୋଗ କଲେ ବାରବାଟୀ ବିଧାୟକ ଇଂ ମହମ୍ମଦ ମୋକିମ । ଅଧିକ ପଢନ୍ତୁ...
ନକଲି ଔଷଧ କାରବାର ଘଟଣାରେ ରହିଛି ଶାସକ ଦଳର ହାତ: ବାରବାଟୀ ବିଧାୟକ
ଦୀର୍ଘଦିନ ଧରି ନକଲି ଔଷଧ କାରବାର କରୁଥିବା କଟକ କନିକା ଛକ ଅଞ୍ଚଳର ଶିବ ଜେନାଙ୍କ ସହ ପୂର୍ବତନ ବିଜେଡି ବିଧାୟକଙ୍କ ଘନିଷ୍ଠ ସମ୍ପର୍କ ରହିଥିବା ପରୋକ୍ଷରେ କହିଛନ୍ତି ମୋକିମ । ଯେଉଁ କାରଣରୁ ଔଷଧ ବ୍ୟବସାୟୀ ଜଣକ ଅତି ସାହସର ସହ ନକଲି ଔଷଧ ବିକ୍ରୟ କରୁଥିଲେ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୋକିମ । ତେବେ ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ବିଧାୟକ ମୋକିମ ଦାବି ମଧ୍ୟ କରିଛନ୍ତି।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ