ଓଡିଶା

odisha

ETV Bharat / state

କଟକରେ ବଡ ଧରଣର ଡକାୟତି, ଘରେ ପଶି ୧୮ ଲକ୍ଷ ଲୁଟିନେଲେ

କଟକ ମହାନଦୀ ବିହାର ଅଞ୍ଚଳରେ ବଡ ଧରଣର ଡକାୟତି । ଘରେ ପଶି ୧୮ ଲକ୍ଷରୁ ଅଧିକ ଟଙ୍କା ଓ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

By

Published : Oct 22, 2022, 12:10 PM IST

କଟକରେ ବଡ ଧରଣର ଡକାୟତି, ଘରେ ପଶି ୧୮ ଲକ୍ଷ ଲୁଟି ନେଲେ ଲୁଟେରା
କଟକରେ ବଡ ଧରଣର ଡକାୟତି, ଘରେ ପଶି ୧୮ ଲକ୍ଷ ଲୁଟି ନେଲେ ଲୁଟେରା

କଟକ:କଟକର ମହାନଦୀ ବିହାର ଅଞ୍ଚଳରେ ବଡ ଧରଣର ଡକାୟତି ହୋଇଛି । ଶୁକ୍ରବାର ଭୋର ସମୟରେ ଘରେ ପଶି ଗୃହକର୍ତ୍ତାଙ୍କୁ ଆକ୍ରମଣ କରିବା ସହିତ ଗୋଡହାତ ବାନ୍ଧି କଳା କନା ବୁଲାଇଛନ୍ତି ଦୁର୍ବୁତ୍ତ । ସେମାନେ ନଗଦ ୧୮.୫ ଲକ୍ଷ ଟଙ୍କା ସହ ସୁନା ରୂପା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଛନ୍ତି(Robbers loot 18 lakh Cash and jewellery in Cuttack) । ଘଟଣାସ୍ଥଳରେ ଚାଉଳିଆଗଞ୍ଜ ପୋଲିସ ଓ ସାଇନ୍ଟିଫିକ ଟିମ୍ ପହଞ୍ଚି ଛାନଭିନ ଜାରି ରଖିଛି । ୫ ଜଣ ଲୁଟେରା ଘରେ ପଶି ଏହି ଲୁଟ୍ କରିଥିବା ଜଣାପଡିଛି । ସେପଟେ କଟକରେ ପୁଣି ଲୁଟେରା ଗ୍ୟାଙ୍ଗ ସକ୍ରିୟ ହେବା ନେଇ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିବାବେଳେ, ସୁରକ୍ଷା ବ୍ୟବସ୍ଥାକୁ ପ୍ରଶ୍ନ ଉଠାଇଛନ୍ତି ।

ସୂଚନା ଅନୁଯାୟୀ, ଶୁକ୍ରବାର ସକାଳୁ ସକାଳୁ ୫ ଜଣ ଦୁର୍ବୃତ୍ତ କଟକରେ ଏପରି ବଡ଼ ଧରଣର ଲୁଟ ଭିଆଇଛନ୍ତି । ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ମହାନଦୀ ବିହାରରେ ପରିବାର ସହିତ ରହୁଥିବା ଦୀପ୍ତି ପଟ୍ଟନାୟକଙ୍କ ଘରେ ଭୋର ପ୍ରାୟ ସାଢ଼େ ୫ଟା ସମୟରେ ହୋଇଛି ଏହି ସଶସ୍ତ୍ର ଡକାୟତି ହୋଇଛି । ୫ ଜଣ ଡକାୟତ ଘରେ ପଶି ପ୍ରଥମେ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ । ସମସ୍ତଙ୍କୁ ବାନ୍ଧି ଗୋଟିଏ ରୁମରେ ଲକ୍ କରି ଡକାୟତି କରିଥିଲେ । ଘରେ ଥିବା ନଗଦ ୧୮.୫ ଲକ୍ଷ ଟଙ୍କା ଓ ସୁନା ରୂପା ଗହଣା ଲୁଟି ନେଇଥିଲେ(Armed Robbers Loots over 18 Lakh) । ଏପରିକି ପ୍ରମାଣ ନଷ୍ଟ ପାଇଁ ଡକାୟତମାନେ ନିଜ ସାଙ୍ଗରେ ସିସିଟିଭି ହାର୍ଡଡିସ୍କ ମଧ୍ୟ ନେଇଯାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ଅର୍ଚ୍ଚନା ଓ ଧର୍ମେନ୍ଦ୍ର ମାମଲା: ତଦନ୍ତକୁ ନେଇ ପ୍ରେସମିଟରେ ଗର୍ଜିଲା ବିଜେପି, ଆସନ୍ତାକାଲିଠୁ ଅହରାତ୍ର ସତ୍ୟାଗ୍ରହ

ଖବର ପାଇ ଘଟଣା ସ୍ଥଳରେ ଚାଉଳିଆ ଗଞ୍ଜ ପୋଲିସ ଏବଂ ସାଇଣ୍ଟିପିକ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଛାନଭିନ୍ କରିଛି । ତେବେ କହିବାକୁ ଗଲେ ପୋଲିସକୁ ପୁଣି ଖୋଲା ଚାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ । କିଛି ଦିନର ବ୍ୟବଧାନ ପରେ ପୁଣି କଟକ ସହରରେ ଏଭଳି ଲୁଟପାଟ ଘଟଣା ସାମ୍ନାକୁ ଆସିଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details