ଓଡିଶା

odisha

ବିକାଶର ବାଟ ଓଗାଳିଛି ରାସ୍ତା, କାଦୁଅ ପଚପଚ ରାସ୍ତା ଯୋଗୁଁ ହନ୍ତସନ୍ତ ଗୋବିନ୍ଦାପଦା ଗ୍ରାମବାସୀ

By

Published : Aug 17, 2023, 3:56 PM IST

ଗୋବିନ୍ଦାପଦା ଗାଁରେ ରାସ୍ତା ସମସ୍ୟା । ପକ୍କା ରାସ୍ତା ହୋଇଛି, କିନ୍ତୁ କାମ ଅଧା ହୋଇଥିବାରୁ କାଦୁଅ ରାସ୍ତାରେ ଯାତାୟତ କରୁଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ

road problems in niali block
road problems in niali block

road problems in Govinda Pada village

ନିଆଳି: ଅଲଣା ପଞ୍ଚାୟତ ଗୋବିନ୍ଦାପଦା ଗାଁର ୨୦ ନମ୍ବର ଓ୍ବାର୍ଡ ।‌ ଗାଁର ପ୍ରବେଶ ପଥର କିଛି ବାଟ ପକ୍କା ରାସ୍ତା ଯାଇଛି କିନ୍ତୁ ମଧ୍ୟ ଭାଗ କାଦୁଅ ପଚପଚ ରାସ୍ତା। ଏହି ରାସ୍ତା ଦେଇ ସକାଳ ହେଲେ ଶହଶହ ଲୋକ ଯାତାୟତ କରନ୍ତି । କିନ୍ତୁ ଅନେକ ଦାବି ପରେ ମଧ୍ୟ ଏପର୍ଯ୍ୟ ଏହି ତାଦୁଅ ରାସ୍ତା ପକ୍କା ରାସ୍ତାରେ ପରିଣତ ହଇପାରିଲାନାହିଁ । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ବାସିନ୍ଦା। ସ୍କୁଲ୍‌ ଯିବାକୁ ଛୋଟ ପିଲାମାନେ ଅସୁବିଧାର ସମନ୍ମୁଖୀନ ହେଉଥିବା ବେଳେ ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ଯିବା ମଧ୍ୟ କଷ୍ଟକର । ଏହି ସମସ୍ୟା ଗୋଟିଏ ଦିନର ନୁହଁ ବରଂ ଅନେକ ବର୍ଷର, କିନ୍ତୁ ସମାଧାନ ଶୂନ ।

ଗୋବିନ୍ଦାପଦା ଗ୍ରାମକୁ ଥିବା ରାସ୍ତା ଦେଇ ପ୍ରତ୍ୟେକ ଦିନ ଟେବେରା, ବାଆଁ ସାହି ଓ ଆମଣାକୁଦ ପଞ୍ଚାୟତର ଖୁଲିସ ଗାଁର ଲୋକେ ଯାତାୟତ କରୁଛନ୍ତି । କିନ୍ତୁ ଏହି କାଦୁଅ ରାସ୍ତାରେ କିଛି ବେସରକାରୀ ଜମି ରହିଥିବା କାରଣରୁ ରାସ୍ତା ନିର୍ମାଣରେ ବାଧା ଉପୁଜୁଛି । ଫଳରେ ଲୋକମାନେ ବର୍ଷା ଦିନରେ ନାହିଁ ନଥିବା ହଇରାଣ ହେବା ସହିତ ସ୍କୁଲ, କଲେଜ, ମେଡିକାଲ୍ ଏବଂ ବିଭିନ୍ନ ସ୍ଥାନକୁ ଯିବା ପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ୧୫ ବର୍ଷ ତଳେ ଗୋବିନ୍ଦାପଦା ଗାଁକୁ ପକ୍କା ରାସ୍ତା ନିର୍ମାଣ ହୋଇଥିଲା । କିନ୍ତୁ ପ୍ରବେଶ ପଥର କିଛି ବାଟ ପକ୍କା ରାସ୍ତା ହୋଇଥିବା ବେଳେ ମଧ୍ୟ ଭାଗରେ ରାସ୍ତା କାମ ଅଟକି ରହିଛି ।

ଏହା ମଧ୍ୟ ପଢନ୍ତୁ-ଜୀବନ ଯୁଦ୍ଧରେ ହାରିଗଲେ ମହିଳା, ରାସ୍ତା ସମସ୍ୟାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ

ଗୋବିନ୍ଦାପଦା ଗ୍ରାମବାସୀ କହିଛନ୍ତି, "ପ୍ରତିଦିନ ଆମେ କାଦୁଅ ରାସ୍ତାରେ ଯିବା ଆସିବା କରୁଛୁ । ଏ ସମସ୍ୟା ଆଜି କାଲିର ନୁହେଁ ବରଂ ପୁରୁଷ ପୁରୁଷ ଏହି ସମସ୍ୟା ରହି ଆସିଛି । ଅନେକ ଥର ଏନେଇ ଆମେ ପ୍ରଶାସନ ନିକଟରେ ଅଭିଯୋଗ ମଧ୍ୟ କରିଛୁ, କିନ୍ତୁ କୌଣସି ସମାଧାନ ହୋଇପାରି ନାହିଁ । ରାସ୍ତାକୁ ଲାଗି କିଛି ଘରୋଇ ଜମି ରହିଛି ଫଳରେ ରାସ୍ତା ପାଇଁ ପ୍ରତିବନ୍ଧକ ସୃଷ୍ଟି ହେଉଛି । ରାସ୍ତା ପାଇଁ ଯଦି ଘରୋଇ ଜମି ହସ୍ତାନ୍ତର କରାଯାଆନ୍ତା ତେବେ ଚାରି ଖଣ୍ଡ ଗାଁର ସମସ୍ଯା ସମାଧାନ ହୋଇଯାନ୍ତା ।"

ସେପଟେ ଜମି ମାଲିକ କହିବା ଅନୁଯାୟୀ, ଏ ରାସ୍ତାକୁ ବାଦ ଦେଲେ ଅନ୍ଯ ଏକ ସରକାରୀ ରାସ୍ତା ରହିଛି । ଲୋକମାନେ ସେପଟେ ଯିବା ଆସିବା କରିପାରିବେ । ତେବେ ଗୋବିନ୍ଦାପଦା ଗ୍ରାମବାସୀ କେବେ ରାସ୍ତା ସମସ୍ୟାରୁ ମୁକ୍ତି ପାଉଛନ୍ତି ଓ କେବେ ପକ୍କା ରାସ୍ତା ହେଉଛି ଏବେ ଖାଲି ତାକୁ ହିଁ ଅପେକ୍ଷା।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details