ଓଡିଶା

odisha

ETV Bharat / state

ଚେକିଂ କଡ଼ାକଡ଼ି, ଟ୍ରାଫିକ ନିୟମ ଉଲଘଂନକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ - ରାଜ୍ୟରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ

ନାବାଳିକା ବା ନାବାଳକ ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛି ରାଜ୍ୟ ପରିବହନ ବିଭାଗ। ଅଧିକ ପଢନ୍ତୁ

road and transport department
road and transport department

By

Published : Mar 29, 2023, 4:58 PM IST

ଚେକିଂ କଡ଼ାକଡ଼ି

କଟକ: କଠୋର ହେଉଛି ରାଜ୍ୟ ପରିବହନ ବିଭାଗ । ରାଜ୍ୟରେ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ପାଇଁ ଚେକିଂ ପ୍ରକ୍ରିୟା ହୋଇଛି କଡ଼ାକଡ଼ି । ଏହି କ୍ରମରେ ସାରା ରାଜ୍ୟରେ ଚେକିଂ ପ୍ରକ୍ରିୟାକୁ କଡାକଡି କରାଯାଇଛି । ବିଶେଷକରି ନାବାଳିକା ବା ନାବାଳକ ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛି ରାଜ୍ୟ ପରିବହନ ବିଭାଗ । ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିବା ବେଳେ ରାଜ୍ୟରେ ୯ଶହରୁ ଅଧିକ ଉଲଂଘନକାରୀ ଚାଳକଙ୍କ ବିରୋଧରେ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଯେଉଁଥିରୁ କେବଳ ୮୮ ଜଣ ନାବାଳିକା ବା ନାବାଳକ ଚାଳକ ଅଛନ୍ତି ।

ତେବେ ସମସ୍ତ ନାବାଳକ ଉଲଂଘନକାରୀଙ୍କଠାରୁ ୨୫ ହଜାର ଟଙ୍କା ଲେଖାଏଁ ଫାଇନ କରାଯିବା ସହ ସେମାନଙ୍କ ମଧ୍ୟରୁ ଅନେକ ଉଲଂଘନକାରୀ ଅନଲାଇନରେ ଫାଇନ ଦେଇଛନ୍ତି । ଯେଉଁମାନେ ଫାଇନ ଦେଇନାହାନ୍ତି ସେମାନଙ୍କ ଜବତ ଗାଡି ଗୁଡିକ କୋର୍ଟ ଚାଲାଣ କରାଯିବ ବୋଲି STA ଅତିରିକ୍ତ କମିଶନର ସୂଚନା ଦେଇଛନ୍ତି । ସଡକ ଦୁର୍ଘଟଣା ରୋକିବା ପାଇଁ ସାରା ରାଜ୍ୟରେ ଚେକିଂ ପ୍ରକ୍ରିୟାକୁ ଜୋରଦାର କରାଯାଇଛି । କଟକ, ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଚେକିଂ ପ୍ରକ୍ରିୟାକୁ କଡାକଡି କରାଯାଇଛି । ବିଶେଷକରି ୧୮ ବର୍ଷରୁ କମ ବୟସର ବାଳକ ବା ବାଳିକାମାନେ ଚଲାଉଥିବା ଗାଡି ଗୁଡିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପରିବହନ ବିଭାଗ । ସେମାନଙ୍କ ଗାଡିକୁ ଜବତ କରିବା ସହ ସେମାନଙ୍କଠାରୁ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇଛି । ଅନେକ ଅବିଭାବକଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଥିବା ପରିବହନ ବିଭାଗ ର ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ପ୍ରତିକ୍ରିୟା ଦେଇଛନ୍ତି । ତେବେ ଏହି ପ୍ରକ୍ରିୟା ଆଗକୁ ଜୋରଦାର କରାଯିବ । କେବଳ ସେତିକି ନୁହେଁ, ହେଲମେଟ ନ ପିନ୍ଧିଲେ, ନିଶା ସେବନ କରି ଗାଡି ଚଳାଇଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ସେହିପରି ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଗତକାଲି ବିଭିନ୍ନ ସ୍ଥାନରେ ଚେକିଂ କରାଯାଇଥିଲା । କଟକ ରେ ମଧ୍ୟ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅନେକ ନାବାଳକ ନାବାଳିକା ଚାଳକଙ୍କୁ ଧରିଥିଲା ପରିବହନ ବିଭାଗ । କେହି ହେଲମେଟ ନପିନ୍ଧି ଗାଡି ଚଳାଉଥିଲେ ତ ଆଉ କେହି କେହି ମୋବାଇଲରେ ଗପିଗପି ଗାଡି ଚଳାଉଥିଲେ, ଆଉ କେହି ଗୋଟିଏ ଦୁଇ ଚକିଆ ଯାନରେ ୩ ଜଣ ବସି ଯାଉଥିଲେ। ତେବେ ସେମାନଙ୍କ ଗାଡିକୁ ଜବତ କରି ସେମାନଙ୍କ ଅବିଭାବକମାନଙ୍କୁ ସୂଚନା ଦିଆ ଯାଇଥିଲା।

ଏଥିସହ ଉଲଂଘନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ପରିବହନ ବିଭାଗ ଏନ୍ଫୋର୍ସମେଣ୍ଟ ଅତିରିକ୍ତ କମିଶନର । ନାବାଳକ ବା ନାବାଳିକା ଛାତ୍ରଛାତ୍ରୀ ଯଦି ଗାଡି ଚଳାଇବା ସମୟରେ ଧରା ପଡନ୍ତି ତେବେ ସେମାନଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ଲାଇସେନ୍ସ ପ୍ରଦାନ କରାଯିବ ନାହିଁ । ସେହିପରି ସେମାନେ ଚଳାଉଥିବା ଗାଡିକୁ ଜବତ କରିବା ସହ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ । କେବଳ ସେତିକି ନୁହେଁ ଗାଡି ମାଲିକଙ୍କୁ ଗିରଫ କରାଯିବ ବୋଲି କଡା ଚେତାବନୀ ଦେଇଥିଲେ ଏନ୍ଫୋର୍ସମେଣ୍ଟ ଅତିରିକ୍ତ କମିଶନର । ରାଜ୍ୟରେ ସଡକ ଦୁର୍ଘଟଣା ରୋକିବା ପାଇଁ କଡା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଚେତାବନୀ ବି ଦେଇଥିଲେ । ତେବେ ଏହି ନିୟମକୁ ଖୋଲାଖୋଲି ଉଲଂଘନ କରୁଛନ୍ତି ଅନେକ ଅମାନିଆ । ଫଳରେ ପରିବହନ ବିଭାଗ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଥିବ ବେଳେ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି ପରିବହନ ବିଭାଗର ଅତିରିକ୍ତ କମିଶନର ।

ଇଟିଭି ଭାରତ, କଟକ

ABOUT THE AUTHOR

...view details