କଟକ:ବଢୁଛି ସଡ଼କ ଦୁର୍ଘଟଣା । ଶୂନ୍ୟ ମୃତୁ ସପ୍ତାହରେ ଦୈନିକ ହାରାହାରି ୧୦ ଜଣଙ୍କର ଦୁର୍ଘଟଣାରେ ମୃତୁ ଘଟୁଛି। ଗତ ୭ ଦିନ ମଧ୍ୟରେ ୭୦ରୁ ଅଧିକ ଲୋକଙ୍କର କେବଳ ସଡ଼କ ଦୁର୍ଘଟଣାରେ ମୃତୁ ଘଟିଥିବା ଜଣା ପଡ଼ିଛି। ଯାହା ସମସ୍ତଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଛି ଥିବା ବେଳେ, ଏଥିରେ ଅଙ୍କୁଶ ଲଗାଇବାରେ ପରିବହନ ବିଭାଗ ବିଫଳ ହୋଇଥିବା ଅଭିଯୋଗ ହୋଇଛି । ପାଟ୍ରୋଲିଂ ଏବଂ ମଦ୍ୟପ ଡ୍ରାଇଭରଙ୍କ ଲାଇସେନ୍ସ ରଦ୍ଦ ସତ୍ତ୍ବେ ନିୟନ୍ତ୍ରଣ ହୋଇପାରୁନାହିଁ ସଡ଼କ ଦୁର୍ଘଟଣା।
ଗତ ୭ ଦିନ ମଧ୍ୟରେ ୭୦ରୁ ଅଧିକ ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପରିବହନ ବିଭାଗ ଅତିରିକ୍ତ କମିଶନର ଲାଲମୋହନ ସେଠୀଙ୍କ କହିବା ଅନୁଯାୟୀ, ଗତ ପାଞ୍ଚ ବର୍ଷରେ ହଜାରରୁ ଅଧିକ ଯୋଜନା କରାଯାଇଥିଲା। ଅର୍ଥାତ ସଡ଼କ ଦୁର୍ଘଟଣା ରୋକିବା କୁ ଅନେକ ବ୍ୟବସ୍ଥା ହୋଇଛି। ମାତ୍ର ଦୁର୍ଘଟଣା ହାରକୁ ରୋକିବା ସମ୍ଭବ ହୋଇପାରୁ ନାହିଁ । ସେହିପରି ଗତ ୫ ବର୍ଷ ମଧ୍ୟରେ ସଡ଼କ ଦୁର୍ଘଟଣାରେ ୪ ହଜାର ୮ ଶହ ରୁ ଅଧିକ ଲୋକଙ୍କର ସଡ଼କ ଦୁର୍ଘଟଣାରେ ମୃତୁ ଘଟିଛି। ତେବେ ଏହା ରୋକିବା ପାଇଁ ଅନେକ ପଦକ୍ଷେପ ବିଭାଗ ପକ୍ଷରୁ ଗ୍ରହଣ କରାଯାଇଛି। ମାତ୍ର ଏହା ସଫଳ ହୋଇପାରୁ ନଥିବା କହିଛନ୍ତି ଅତିରିକ୍ତ କମିଶନର। ତେବେ ଲୋକ ମାନେ ସଚେତନ ନ ରହିବାରୁ ମୃତ୍ୟୁ ଘଟୁଥିବା ସେ କହିଛନ୍ତି। ବେପାରୁଆ ଡ୍ରାଇଭିଂ ଏବଂ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନାକୁ ସେ ଦାୟୀ କରିଛନ୍ତି। ସେହିପରି ବିଭାଗ ପକ୍ଷରୁ କଡ଼ା ପାଟ୍ରୋଲିଂ କରାଯାଉଛି। ମଦ୍ୟପଙ୍କୁ ସାବାଡ଼ କରିବାକୁ ଅନେକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଉଛି । ଫାଇନ ମଧ୍ୟ କଟାଯାଉଛି। ଅନେକ ଡ୍ରାଇଭରଙ୍କ ଲାଇସେନ୍ସ ରଦ୍ଦ କରାଯାଇଛି । ଏହା ସତ୍ତ୍ୱେ ନିୟନ୍ତ୍ରଣ ହୋଇପାରୁନାହିଁ ସଡ଼କ ଦୁର୍ଘଟଣା ।