କଟକ: କଟକ ଓଏମପି ଓଭରବ୍ରିଜ ନିକଟରେ ଶନିବାର ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
ମିଳିଥିବା ସୂଚନା ଅନୁସାରେ, 16 ନମ୍ବର ଜାତୀୟ ରାଜପଥରେ ମହିଳା ଜଣକ ସ୍ବାମୀଙ୍କ ସହ ବାଇକରେ ଯାଉଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃ୍ତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ବାମୀ ଆହତ ହୋଇଛନ୍ତି । ମୃତ ମହିଳା ଜଣଙ୍କ ଘର ନିକଟସ୍ଥ ଶିଖରପୁର ଅଞ୍ଚଳର ବୋଲି ଜଣାପଡିଛି ।