ଓଡିଶା

odisha

ETV Bharat / state

ଠିକାଦାରଙ୍କ ମନମାନୀ, ରାସ୍ତା ପାଲଟିଛି ମରଣଯନ୍ତା ! - khordha news

Road Accident: ଠିକାଦାର ମନମାନି ଯୋଗୁଁ ଘଟୁଛି ସଡକ ଦୁର୍ଘଟଣା । ରାସ୍ତା କଡ଼ରେ ପଙ୍କ ଯୋଗୁଁ କାଠ ଗାଡି ସହିତ ବାଇକ ଧକ୍କା ଦୁଇ ଗୁରୁତର ।‌ ଅଧିକ ପଢନ୍ତୁ

କାଠ ଗାଡିକୁ ଧକ୍କା ଦେଲା ବାଇକ , ଦୁଇ ଗୁରୁତର
କାଠ ଗାଡିକୁ ଧକ୍କା ଦେଲା ବାଇକ , ଦୁଇ ଗୁରୁତର

By ETV Bharat Odisha Team

Published : Jan 13, 2024, 4:01 PM IST

Updated : Jan 13, 2024, 4:51 PM IST

କାଠ ଗାଡିକୁ ଧକ୍କା ଦେଲା ବାଇକ , ଦୁଇ ଗୁରୁତର

ନିଆଳି:ରାସ୍ତା ହେଉଛି ପ୍ରଶସ୍ତିକରଣ । ଠିକାଦାରଙ୍କ ମନମାନି କାର୍ଯ୍ୟ ଯୋଗୁଁ ରାସ୍ତାରେ ଦୁର୍ଘଟଣା ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ଖୋର୍ଦ୍ଧା ଜିଲ୍ଲା ଉତ୍ତରା ସରିଦେଇପୁର ଠାରୁ ଅଠାନ୍ତର ପର୍ଯ୍ୟନ୍ତ R&B ବିଭାଗ ରାସ୍ତାର ପ୍ରଶସ୍ତିକରଣ ହେଉଛି । ତେବେ ରାସ୍ତା କଡରୁ ଗଛ କଟା ସହିତ ନିକଟରେଥିବା ନୟନଜୋରିରୁ ପଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ହେଲେ ରାସ୍ତାରେ ପଙ୍କ ପଡିବା ଯୋଗୁଁ କାଠ ଗାଡିକୁ ଧକ୍କା ଦେଲା ବାଇକ ଦୁଇ ଜଣ ଗୁରୁତର ।‌

ତେବେ ବନମାଳୀପୁର ଅଠାନ୍ତର ଭାୟା ନିମାପଡ଼ା ଏବଂ ଉତ୍ତରା ରାସ୍ତା ଦେଇ ପ୍ରତ୍ୟେକ ଦିନ ଛୋଟ ବଡ ହଜାର ହଜାର ଗାଡି ମୋଟର ଯାତାୟତ କରୁଛି । ପ୍ରତିଦିନ ଲୋକେ ଭୁବନେଶ୍ଵର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଏବଂ ରାଜ୍ୟ ବାହାରକୁ ଏହି ରାସ୍ତା ଦେଇ ଯାତାୟତ କରିଥାନ୍ତି ହେଲେ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ସ୍ଥାନୀୟ ଲୋକେ କହିବା କଥା ସମ୍ପୂର୍ଣ୍ଣ ଠିକା ସଂସ୍ଥା ନୟନ ଜୋରିରୁ ପଙ୍କ ଉଦ୍ଧାର କରି ରାସ୍ତା କଡ଼ରେ ଗଦା କରିବା ଦ୍ବାରା କୁହୁଡି ଯୋଗୁଁ ରାସ୍ତାରେ ଦୁର୍ଘଟଣା ହେଉଛି । ପଙ୍କ ରାସ୍ତା ମଝିକୁ ଆସିବା ଯୋଗୁଁ ଗାଡି ଚକ ସ୍ଲିପ କରୁଛି । ଫଳରେ ବହୁ ଦୁର୍ଘଟଣା ଘଟୁଛି ।

ଏହା ମଧ୍ୟ ପଢନ୍ତୁ......କାମାକ୍ଷାନଗରରେ ୨ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ ଓ ଜଣେ ଗୁରୁତର

ଆଜି ସକାଳ ସମୟରେ ବାଳକାଟି ଫାଣ୍ତି ନିକଟ ଦୁଲ୍ଲାଦେବୀରେ ଏକ କାଠ ଗାଡି ସହିତ ଏକ ବାଇକ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଥିଲେ । ଭୁବନେଶ୍ୱର ପଟରୁ ଜଣେ ସ୍କୁଲ ଶିକ୍ଷୟିତ୍ରୀ ଏବଂ ତାଙ୍କ ଜଣେ ସମ୍ପକୀୟଙ୍କ ସହ ବନମାଳୀପୁର ସ୍କୁଲକୁ ଆସୁଥିବା ସମୟରେ ରାସ୍ତା କଡରେ ପଙ୍କ ଯୋଗୁଁ କାଠ ଗାଡି ସହିତ ବାଇକ ମୁହାଁମୁହିଁ ହୋଇଥିଲା । ଯାହାଫଳରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣାର ଗୁରୁତର ହୋଇଥିବା ଶିକ୍ଷୟିତ୍ରୀ ଜଣକ ହେଲେ ଜି.ଉଦୟଗିରି ଥାନା ଅଞ୍ଚଳର ସୁମେନ କୁମାରୀ ନାୟକ । ଉଭୟଙ୍କୁ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ରାଜଧାନୀ ଉପକଣ୍ଠ ଉତ୍ତରା ଠାରୁ ବନମାଳୀପୁର ରାସ୍ତା ଜନଗହଳି ପୂର୍ଣ୍ଣ ହୋଇଥିବା ଯୋଗୁଁ ଠିକାଦାର ମନମାନି କାର୍ଯ୍ୟ ଯୋଗୁଁ ଏହି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବି ହୋଇଛି । ଏହି ଅଭିଯୋଗ ସମ୍ପର୍କରେ ଭୁବନେଶ୍ୱର R&b ବିଭାଗ କିମ୍ବା ଠିକା ସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ନିଆଳି

Last Updated : Jan 13, 2024, 4:51 PM IST

ABOUT THE AUTHOR

...view details