କଟକ:ଜିଲ୍ଲାର ନିଶ୍ଚିତକୋଇଲି ଥାନା ନିକଟରେ ସୋମବାର ଘଟିଛି ସଡକ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣେ ନାବାଳିକାର ମୃତ୍ୟୁ ଘଟିଥିଲା ବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଘନ କୁହୁଡି ମଧ୍ୟରେ ବ୍ରେକ୍ ଫେଲ ହେବା ଯୋଗୁଁ ଟ୍ରକ ଭାରସାମ୍ୟ ହରାଇବା ଦ୍ବାରା ଏହି ଦୁର୍ଘଟଣା ଘଟିଛି ।
କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ କଟିକଟା ଛକ ନିକଟରେ କେନ୍ଦ୍ରାପଡା ଅଭିମୁଖେ ଯାଉଥିବା ଏହି ଟ୍ରକର ଦୁର୍ଘଟଣା ଘଟିଛି । ଅକସ୍ମାତ ବ୍ରେକ୍ ଫେଲ ହେବାରୁ ଘନ କୁହୁଡ଼ି ଭିତରେ ଭାରସାମ୍ୟ ହରାଇଥିଲା ଟ୍ରକ୍ । ସାମ୍ନାପଟୁ ଏକ ରୋଗୀକୁ ଧରି ଯାଉଥିବା ମାରୁତି କାର ସହିତ ଟ୍ରକର ସମ୍ନାସାମ୍ନି ଧକ୍କା ହୋଇଥିଲା ।