ଓଡିଶା

odisha

ETV Bharat / state

ଓଡିଆ ଗୀତର ତାଳେ ତାଳେ ମନ ଜିଣୁଛନ୍ତି ଆରଜେ ଅନୁ - cuttack aakashvani

କୋରୋନା ଲକଡାଉନ ବେଳେ ଆରଜେ ବବିଙ୍କ ଭିଡିଓ ସଙ୍ଗୀତ ଲୋକଙ୍କ ମନ ଛୁଉଁଛି । ସୋସିଆଲ ମିଡିଆରେ ଗୀତ ପୋଷ୍ଟ ହେବା କ୍ଷଣି ଏହାକୁ ଦର୍ଶକ ପ୍ରଶଂସା କରୁଛନ୍ତି । ଅଧିକ ପଢନ୍ତୁ...

ଓଡିଆ ଗୀତରେ ତାଳେ ତାଳେ ମନ ଜିଣୁଛନ୍ତି ଆରଜେ ଅନୁ
ଓଡିଆ ଗୀତର ତାଳେ ତାଳେ ମନ ଜିଣୁଛନ୍ତି ଆରଜେ ଅନୁ

By

Published : Apr 20, 2020, 9:18 PM IST

Updated : Apr 21, 2020, 1:36 PM IST

ଭୁବନେଶ୍ବର: କୋରୋନାର ଭୟାବହତା କାହାକୁ ଅଛପା ନାହିଁ । ଆବାଳବୃଦ୍ଧବନିତା, ମଜୁରିଆ ଠାରୁ କର୍ମଜୀବୀ ଏପରିକି ରାସ୍ତାରେ ବୁଲୁଥିବା ପାଗଳ ମଧ୍ୟ ଏହାର କଷ୍ଟ ଜାଣି ପାରୁଛନ୍ତି । ସାରା ବିଶ୍ବରେ ଏହା ମୃତ୍ୟୁର ତାଣ୍ଡବ ରଚି ଚାଲିଛି । ଏହାକୁ ରୋକିବା ପାଇଁ ଏବେ ସୁଦ୍ଧା ବାହାରିପାରିନି ଭ୍ୟାକସିନ । ତେବେ ଏହାଠାରୁ ବର୍ତ୍ତିବା ପାଇଁ ସାରା ଦୁନିଆରେ ଜାରି ହୋଇଛି ଲକଡାଉନ । ଘରେ ଏକପ୍ରକାର ନଜରବନ୍ଦୀ ଲୋକେ ।

ଓଡିଆ ଗୀତର ତାଳେ ତାଳେ ମନ ଜିଣୁଛନ୍ତି ଆରଜେ ଅନୁ

ତେବେ ଏହି ସମୟରେ ଲୋକଙ୍କ ଦୁଃଖକୁ ବୁଝି ତାଙ୍କର ମନୋରଞ୍ଜନ କରିବା ପାଇଁ ସୋସିଆଲ ମିଡିଆରେ ଅନେକ ଭିଡିଓ ଓ ଗୀତ ପୋଷ୍ଟ କରୁଛନ୍ତି ସେଲିବ୍ରିଟି । ତେବେ ଏଥିରେ ପଛରେ ପଡିନାହାନ୍ତି କଟକ ଆକାଶବାଣୀର ଆରଜେ ବବି ଅନୁସୂୟା । କଟକରେ ରହୁଥିବା ବବିଙ୍କ ଭିଡିଓ ସଙ୍ଗୀତ ଲୋକଙ୍କୁ ବେଶ ଛୁଇଁ ପାରିଥିବା ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଗୀତ ପୋଷ୍ଟ ହେବା କ୍ଷଣି ଏହାକୁ ଦର୍ଶକ ପ୍ରଶଂସା କରୁଛନ୍ତି । ଏହାସହ ହଜାର ହଜାର ସଂଖ୍ୟାରେ ଏହାକୁ ସେୟାର ଓ କମେଣ୍ଟ କରାଯାଉଛି ।

ଏଥିରେ ଉତ୍ସାହିତ ହୋଇ ଲୋକଙ୍କୁ ଗୋଟିଏ ପରେ ଗୋଟିଏ ଗୀତ ମାଧ୍ୟମରେ ମନୋରଞ୍ଜନ ଯୋଗାଇ ଦେଉଛନ୍ତି ବବି । କଟକ ଆକାଶବାଣୀ କେନ୍ଦ୍ରରେ ଆରଜେ ଭାବେ କାର୍ଯ୍ୟ କରୁଥିବା ବବି ଅନୁସୂୟା ଆରଜେ ଅନୁ ଭାବେ ପରିଚିତ । କଟକର ସିଡିଏ ଅଞ୍ଚଳରେ ରହୁଥିବା ଏହି ମହିଳା ପୁରୁଣା ଓଡିଆ ଗୀତର ତାଳେ ତାଳେ ବ୍ୟଙ୍ଗ କବି ସତ୍ୟନାଶଙ୍କ ବ୍ୟଙ୍ଗ ରଚନାକୁ ନିଜ କଣ୍ଠର ଯାଦୁରେ ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ଲୋକଙ୍କ ଭଲ ପାଇବା ଦେଖି ସେ ବେଶ ଖୁସିବ୍ୟକ୍ତ କରିଛନ୍ତି । ଏହାସହ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରି କୋରୋନାକୁ ହରାଇବା ପାଇଁ ଲୋକଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Apr 21, 2020, 1:36 PM IST

ABOUT THE AUTHOR

...view details