ଓଡିଶା

odisha

ETV Bharat / state

ନଭେମ୍ବର 12ରୁ ବାଲିଯାତ୍ରା, ରିକ୍ସାର ମଜା ନେବେ ସହରିଆ - rickshaw to be grant entry in bali yatra

ରିକ୍ସା ଚାଳକଙ୍କୁ ଗ୍ରୀନ ସିଗନାଲ । ଚଳିତବର୍ଷ ଲୋକେ ରିକ୍ସା ମାଧ୍ୟମରେ ଉଠାଇପାରିବେ ବାଲିଯାତ୍ରାର ମଜା । ଏଥିପାଇଁ ବାଲିଯାତ୍ରାରୁ ଚାଲିବ ‘ମୋ କଟକ ବାଲିଯାତ୍ରା ରିକ୍ସା’ ।

ବାଲିଯାତ୍ରାରେ ରିକ୍ସାର ଗ୍ରାଣ୍ଟ ଏଣ୍ଟ୍ରି

By

Published : Oct 25, 2019, 9:13 PM IST

କଟକ: ଆସନ୍ତା 12 ତାରିଖରୁ ଜମିବ ଐତିହାସିକ ବାଲିଯାତ୍ରା । ଆଉ ଏଥର ବାଲିଯାତ୍ରାରେ ଗ୍ରାଣ୍ଡ ଏଣ୍ଟ୍ରି କରିବ ରିକ୍ସା । ରିକ୍ସାରେ ବାଲିଯାତ୍ରା ବୁଲିବାକୁ ପ୍ରଶାସନ ନେଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ପୂର୍ବ ନିର୍ଦ୍ଧାରିତ ଭଡା ଅନୁସାରେ ରିକ୍ସା ଚାଳକ ନେବେ ପାରିଶ୍ରମିକ । ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ‘ମୋ କଟକ ବାଲିଯାତ୍ରା ରିକ୍ସା’କୁ ଗ୍ରୀନ ସିଗନାଲ ଦେଇଛି ପ୍ରଶାସନ ।

ବାଲିଯାତ୍ରାରେ ରିକ୍ସାର ଗ୍ରାଣ୍ଟ ଏଣ୍ଟ୍ରି

ସେପଟେ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି ରିକ୍ସା ଚାଳକ ସଂଘ । କଟକରେ କାଁଭାଁ ରିକ୍ସା ଦେଖିବାକୁ ମିଳୁଥିବାବେଳେ ହାତବାନ୍ଧି ବସିଛନ୍ତି ରିକ୍ସାଚାଳକ । ତେବେ ଜିଲ୍ଲା ପ୍ରଶାସନର ଏହି ନିଷ୍ପତ୍ତି ସେମାନଙ୍କ ମନରେ ଆଶାର କିରଣ ଦେଖାଇଛି । ଏହାଦ୍ବାରା ରିକ୍ସା ପ୍ରତି ଲୋକଙ୍କ ଆଗ୍ରହ ବଢିବା ସହ ପ୍ରଦୂଷଣ ମାତ୍ରା କମି ପାରିବ ବୋଲି କହିଛନ୍ତି ରିକ୍ସା ଚାଳକ ସଂଘର ଉପସଭାପତି ।


କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details