କଟକ :ଗୃହ ନଗର ଉନ୍ନୟନ ବିଭାଗର ମୁକ୍ତା ଯୋଜନା ସଫଳ ହେବ । କଟକ ସହରରେ ଏହି ଯୋଜନାର ବ୍ୟାପକ ବିକାଶ ପାଇଁ ଆରମ୍ଭ ହୋଇଛି ସମୀକ୍ଷା । ସମସ୍ତ କର୍ପୋରେଟର ଓ କମିଶନରଙ୍କ ଉପସ୍ଥିତିରେ କଟକରେ ଏହାର କାର୍ଯ୍ୟକ୍ଷମ କିପରି ହେବ ଏନେଇ ଆଜି ସହିଦ ଭବନରେ ଏକ ଆଲୋଚନା ଅନୁଷ୍ଠିତ ହୋଇଛି। ବିଶେଷକରି ଜଳ ନିଷ୍କାସନ, ସ୍ୱରେଜ କାର୍ଯ୍ୟ, ପରିମଳ, ବର୍ଷା ଜଳ ସଂରକ୍ଷଣ, ଜଳାଶୟର ଉନ୍ନତି ଓ ନବୀକରଣ, ଉଭୟ ସରକାରୀ ଓ ବେସରକାରୀ ଖେଳ ପଡିଆର ବିକାଶ ଇତ୍ୟାଦି ଏହି ଯୋଜନା ର ପରିସର ଭୁକ୍ତ କରାଯାଇଛି ।
ଏଥିସହ ସହରର 50 ଟି ଜଳାଶୟ ବା ପୋଖରୀର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କରାଯିବ ସେନେଇ ଏହି ବୈଠକରେ ଆଲୋଚନା ହୋଇଛି । କଟକ ସହରରେ 59 ଟି ୱାର୍ଡ ରେ 50 ଟି ପୋଖରୀର ଉନ୍ନତିକରଣ ହେବା ପାଇଁ ଆରମ୍ଭ ହୋଇଛି ସମସ୍ତ ପ୍ରକ୍ରିୟା । ଏହି ଚିହ୍ନଟ ପ୍ରକ୍ରିୟାରେ ଉଭୟ ସରକାରୀ ଓ ବେସରକାରୀ ପୋଖରୀ ଅନ୍ତର୍ଭୁକ୍ତ ରହିବ । ଏସଏସଜି ଗ୍ରୁପ ଏହି ଯୋଜନା ମାଧ୍ୟମରେ ଲାଭବାନ ହୋଇ ପାରିବେ । ଏହା ବ୍ୟତୀତ ଡ୍ରେନେଜ ସଫା, କାନ୍ଥ, ପାର୍କରେ ଚିତ୍ରକଳା କରିବା ଆଦି ମଧ୍ୟ ଏହି ମୁକ୍ତା ଯୋଜନାର ଅଂଶ ବିଶେଷ ।