କଟକ: ରେଭେନ୍ଶା ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ ପରେ ତତ୍ପର ହୋଇଛି କମିଶନରେଟ ପୋଲିସ । କଲେଜ ଛକର ଟ୍ରାଫିକ ବ୍ୟବସ୍ଥାକୁ କଡାକଡ଼ି କରିବାକୁ ଯାଉଛି ପୋଲିସ ।
ବିଶେଷକରି କଲେଜ ଛକରେ ଯେପରି ବେଆଇନ ପାର୍କିଂ ନହେବା, ଭାରୀ ଯାନ ଯେପରି ଯାତାୟତ ନକରିବ ଏହାର ସ୍ଥାୟୀ ସମାଧାନ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ଟିମ୍ ଗଠନ କରାଯାଇଛି । ଏହି ଟିମ ସମୀକ୍ଷା କରି ପ୍ରଦାନ କରିବା ରିପୋର୍ଟ । ଉକ୍ତ ରିପୋର୍ଟ ଅନୁଯାୟୀ କଲେଜ ଛକରେ ପଦକ୍ଷେପ ନିଆଯିବ ବୋଲି କଟକ ଡିସିପି କହିଛନ୍ତି । ଦିନେ ଦୁଇ ଦିନ ମଧ୍ୟରେ ଏହାର ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯିବ ।