କଟକ: ଏଣିକି କାଚ କେନ୍ଦୁ ପାଣି ପରି ଚମକିବ କଟକ ଐତିହାସିକ ବାରବାଟୀ ଦୁର୍ଗ ଗଡଖାଇର ଜଳରାଶି । ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ତଥା ହର୍ବାଲ ଟ୍ରିଟମେଣ୍ଟ ସହ ସିଏମସି ପକ୍ଷରୁ ଆରମ୍ଭ ହୋଇଛି ପୁନରୁଦ୍ଧାର କାର୍ଯ୍ୟ । ଏଥିପାଇଁ କାଶ୍ମୀରର ଡାଲ ଲେକରୁ ଆସିଛି ମେସିନ । ଏହି ମେସିନ ସାହାଯ୍ୟରେ ଦଳ ସଫା କାମ ଆରମ୍ଭ କରାଯାଇ ପଙ୍କ, ପାଣିର ହର୍ବାଲ ଟ୍ରିଟ୍ମେଣ୍ଟ କରାଯିବ ।
ଏହା ମଧ୍ୟ ପଢ଼ନ୍ତୁ:ଆସିଛି ନୂଆବର୍ଷ, ଶ୍ରୀଅରବିନ୍ଦଙ୍କ ପାଖରେ ନବବର୍ଷ ପାଳିଲେ କୋରାପୁଟବାସୀ
ହକି ବିଶ୍ବକପ ପୂର୍ବରୁ ଦୁର୍ଗର ସମ୍ମୁଖ ଭାଗ ପାଣିକୁ ସଫା କରାଯାଇ ସୁନ୍ଦର ଆଲୋକିକରଣ କରାଯିବ । ବର୍ଷକୁ ଖର୍ଚ୍ଚ ହେବ ସାଢେ ତିନି କୋଟି ଟଙ୍କା । କଟକ ସହରର ଗର୍ବ ଗୌରବ ତଥା ପରିଚୟ ହେଉଛି ଐତିହାସିକ ବାରବାଟୀ ଦୁର୍ଗ । ଦଶନ୍ଧି ଦଶନ୍ଧି ଧରି ସୌନ୍ଦର୍ଯ୍ୟକରଣ ଓ ପୁନରୁଦ୍ଧାର ପ୍ରକିୟା ଚାଲିଛି । ଏହି କାମ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅତୀତରେ ୨୦୧୦ ମସିହାରେ ୧୭ କୋଟି ଟଙ୍କା, ଏଏସ ଆଇ ବା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ନିକଟରେ ପଇଠ କରିବା ପରେ ମଧ୍ୟ ବିଭାଗ କ୍ରିୟାଶୀଳ ହେଲା ନାହିଁ ବୋଲି କଟକ ମହାନଗର ନିଗମ ମେୟର ଅଭିଯୋଗ ଆଣିଛନ୍ତି ।