କଟକ:ରେଭେନ୍ସା ବିଶ୍ବବିଦ୍ୟାଳୟରେ କୋରୋନା ପଜିଟିଭ ଚିହ୍ନଟ ହେବା ପରେ କର୍ତ୍ତୃପକ୍ଷ ଏହାକୁ ନେଇ ତତ୍ପରତା ପ୍ରକାଶ କରିଛନ୍ତି । ତେବେ ଏଠାରେ କୋରୋନା ସଂକ୍ରମଣରେ ବୃଦ୍ଧି ଘଟୁଥିବା ଲକ୍ଷ୍ୟ କରାଯାଇ ଆସନ୍ତା ସପ୍ତାହ ସୁଦ୍ଧା ସମସ୍ତ ପରୀକ୍ଷା ଶେଷ କରିବାକୁ ନିଷ୍ପତ୍ତି ନେଇଥିବା ସମ୍ପର୍କରେ ସୂଚନା ମିଳିଛି ।
ପୂର୍ବରୁ ରେଭେନ୍ସାରେ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶୁକ୍ରବାର ପୁଣି 2ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଥିଲାଗି ପରୀକ୍ଷା ଖୁବଶୀଘ୍ର ଶେଷ କରିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ଥିବା ସମସ୍ତ ପରୀକ୍ଷାକୁ ଆସନ୍ତା ସପ୍ତାହ ମଧ୍ୟରେ ଶେଷ କରାଯିବା ବୋଲି ନିଷ୍ପତ୍ତି ନେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ସମସ୍ତ ପରୀକ୍ଷା କରାଯିବ । ସେହିପରି ପୂର୍ବପରି ଅଫଲାଇନରେ ବି ପାଠପଢା ହେବ । ଯେଉଁ ଛାତ୍ରଛାତ୍ରୀମାନେ ଘରକୁ ପଳାଇଯାଇଛନ୍ତି ,ସେମାନଙ୍କୁ କ୍ୟାମ୍ପସ ଆସିବାକୁ କୁହାଯାଇଥିବା ରେଭେନ୍ଶା ପିଜି କାଉନସିଲ ଅଧ୍ୟକ୍ଷା ଶୁକ୍ରବାର ସୂଚନା ଦେଇଛନ୍ତି ।