ଓଡିଶା

odisha

ETV Bharat / state

ଏପ୍ରିଲ ୫ରୁ ହାଇକୋର୍ଟରେ ଭିସି ଦ୍ବାରା ମାମଲା ଶୁଣାଣି - high court

ରାଜ୍ୟର ବିଭିନ୍ନ ପ୍ରାନ୍ତରେ କୋଭିଡ-୧୯ ମାମଲା ସଂଖ୍ୟା ବୃଦ୍ଧି ପାଇବା ପ୍ରସଂଗକୁ ବିଚାରକୁ ନେଇ ଏପ୍ରିଲ ୫ ତାରିଖରୁ ହାଇକୋର୍ଟରେ କେବଳ ଭର୍ଚୁଆଲ୍ ମୋଡ୍/ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲା ଶୁଣାଣି କରାଯିବ। ଅଧିକ ପଢନ୍ତୁ...

ଏପ୍ରିଲ ୫ରୁ ହାଇକୋର୍ଟରେ କେବଳ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲା ଶୁଣାଣି
ଏପ୍ରିଲ ୫ରୁ ହାଇକୋର୍ଟରେ କେବଳ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲା ଶୁଣାଣି

By

Published : Apr 2, 2021, 7:07 AM IST

କଟକ: କ‌ୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଏପ୍ରିଲ ୫ ତାରିଖରୁ ହାଇକୋର୍ଟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କେବଳ ମାମଲା ଶୁଣାଣି ହେବ। ଗୁରୁବାର ଏନେଇ ହାଇକୋର୍ଟ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଏଥିରେ ସ୍ପଷ୍ଟ କରାଯାଇଛି ଯେ ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରେ କୋଭିଡ-୧୯ ମାମଲା ସଂଖ୍ୟା ବୃଦ୍ଧି ପାଇବା ପ୍ରସଂଗକୁ ବିଚାରକୁ ନେଇ ଏପ୍ରିଲ ୫ ତାରିଖରୁ ହାଇକୋର୍ଟରେ କେବଳ ଭର୍ଚୁଆଲ୍ ମୋଡ୍/ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ମାମଲା ଶୁଣାଣି କରାଯିବ।

ଅନ୍ୟାଦେଶ ପର୍ଯ୍ୟନ୍ତ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଶୁଣାଣି ଜାରି ରହିବ। କୋଭିଡ-୧୯ ସଂକ୍ରମଣ ରୋକିବାକୁ ହାଇକୋର୍ଟ ପରିସରକୁ କୋର୍ଟର ଅଧିକାରୀ ଓ କର୍ମଚାରୀ କେବଳ ପ୍ରବେଶ କରି ପାରିବେ। ହାଇକୋର୍ଟ ପରିସରରକୁ ଅନ୍ୟମାନଙ୍କ ପ୍ରବେଶ ଉପରେ କଟକଣା ରହିବ।

ନୂ୍ଆ ମାମଲା ଓ ଡକୁମେଣ୍ଟ ଦାଖଲ ଡ୍ରପ୍ ବକ୍ସ ବା ଇ-ମେଲ ବା ଇ-‌ଫାଇଲିଂ ପୋର୍ଟାଲ ମାଧ୍ୟମରେ କରାଯିବ। ବିଭିନ୍ନ ମାମଲାରେ ହାଇକୋର୍ଟଙ୍କ ରାୟ ଓ ନିର୍ଦ୍ଦେଶ କୋର୍ଟର ୱେବସାଇଟରେ ଉପଲବ୍ଧ ହେବ। ସାର୍ଟିଫାଏଡ କପି ବଦଳରେ ୱେବସାଇଟରେ ଉପଲବ୍ଧ ରାୟ ଓ ନିର୍ଦ୍ଦେଶର କପି ୨୦୨୦, ମାର୍ଚ୍ଚ ୨୫ର ବିଜ୍ଞପ୍ତି ଅନୁସାରେ ବ୍ୟବହାର କରିହେବ।

ସେହିଭଳି ଭାବେ ନିମ୍ନ ଅଦାଲତ (ସବ୍‌ଅର୍ଡିନେଟ୍ କୋର୍ଟ) ଓ ଟ୍ରିବୁନାଲ ପାଇଁ ସାନି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏପ୍ରିଲ ୫ ତାରିଖରୁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଥିବା ନିୟମାବଳୀ ନିମ୍ନ ଅଦାଲତ ଓ ଟ୍ରିବୁନାଲ ଗୁଡିକ ପାଳନ କରିବେ ବୋଲି ହାଇକୋର୍ଟ ପକ୍ଷରୁ ପ୍ରକାଶିତ ଏହି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

ରାଜ୍ୟର ସମସ୍ତ ନିମ୍ନ ଅଦାଲତ ଓ ଟ୍ରିବୁନାଲ ଗୁଡିକ ୨୦୨୧, ଫେବ୍ରୁଆରି ୧୧ର ଏସଓପି ଅନୁସାରେ କାର୍ଯ୍ୟ ଜାରି ରଖିବେ। ଯଦି କୋଭିଡ-୧୯ ସ୍ଥିତି ଯୋଗୁଁ ଆବଶ୍ୟକ ପଡେ ତେବେ ସଂପୃକ୍ତ ବିଚାରପତି ଜିଲ୍ଲା ଜଜ୍‌ଙ୍କୁ ଅବଗତ କରି ଭର୍ଚୁଆଲ ଶୁଣାଣି ପାଇଁ ନିଷ୍ପତ୍ତି ନେଇ ପାରିବେ।

ସେହିଭଳି ଭାବେ କୋଭିଡ-୧୯ ସ୍ଥିତି ଯୋଗୁଁ ଭର୍ଚୁଆଲ ଶୁଣାଣି ପାଇଁ ହାଇକୋର୍ଟଙ୍କୁ ଅବଗତ କରି ଟ୍ରିବୁନାଲ ନିଷ୍ପତ୍ତି ନେଇ ପାରିବେ। ଯେଉଁ ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯିବ ସେଠାରେ ହାଇକୋର୍ଟଙ୍କୁ ଅବଗତ କରି ନିମ୍ନ ଅଦାଲତ ଓ ଟ୍ରିବୁନାଲର କୋର୍ଟ କାର୍ଯ୍ୟ ସାମୟିକ ଭାବେ ବନ୍ଦ (ସସପେଣ୍ଡ) କରାଯାଇ ପାରିବ।

ଅଦାଲତରେ ଅଭିଯୁକ୍ତଙ୍କୁ ହାଜର କରାଯିବା ପ୍ରସଂଗରେ ଭିଡିଓ କନଫ‌େରନ୍ସିଂ ବ୍ୟବସ୍ଥା ବ୍ୟବହାର ଉପରେ ଗୁରୁତ୍ବାରୋପ କରାଯାଇଛି। ପଥମ ଥରକୁ ବାଦ୍ ଦେଇ ଅନ୍ୟ ସମୟରେ ଭିଡିଓ କନଫ‌େରନ୍ସିଂ ବ୍ୟବସ୍ଥାରେ ଅଭିଯୁକ୍ତକୁ ହାଜର କରାଯିବ। ମାମଲା ସଂପର୍କିତ କଜ୍ ଲିଷ୍ଟ, ଅଦାଲତ ପ୍ରଦାନ କରୁଥିବା ନିର୍ଦ୍ଦେଶନାମା ଓ ଶୁଣାଣିର ପରବର୍ତ୍ତୀ ତାରିଖ ସମୟରେ ଜିଲ୍ଲା ଅଦାଲତ ୱେବସାଇଟରେ ଅପ୍ ଲୋଡ୍ କରାଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details