ନିଆଳି:ଶେଷ ହୋଇଛି ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । କଟକ ଜିଲ୍ଲା ନିଆଳି ବ୍ଳକର ୨୩ଟି ଗ୍ରାମ ପଞ୍ଚାୟତ ପାଇଁ ୪୭୨ଟି ବୁଥରେ ମତଦାନ ହୋଇଛି । କେତେକ ସ୍ଥାନରେ ବାଦ, ବିବାଦ, ଗଣ୍ତଗୋଳ ଓ ମତଦାନ ସମୟରେ ବଳ ପୂର୍ବକୁ ନେଇ ଗୋଷ୍ଠୀ ବିବାଦକୁ ନେଇ ବାତିଲ ହୋଇଥିଲା ନିର୍ବାଚନ । ଆସନ୍ତାକାଲି ଏସବୁ ସ୍ଥାନରେ ସାନି ମତଦାନ ହେବ ।
ତେବେ ଆଜି ନିଆଳି ବ୍ଳକର ବିଭିନ୍ନ ବୁଥରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା । ଏପରିକି କିଛି ପଞ୍ଚାୟତରେ ଭୋଟ ବାକ୍ସ ପାଣିକୁ ଫିଙ୍ଗି ଦେଇଥିଲେ ଉତ୍ତ୍ୟକ୍ତ ଲୋକେ । ଫଳରେ ଏସବୁ ସ୍ଥାନରେ ମତଦାନ ବନ୍ଦ ରହିଥିଲା । ଆସନ୍ତାକାଲି(ଶୁକ୍ରବାର) ବାତିଲ ହୋଇଥିବା ମତଦାନ ପୁର୍ନବାର ଅନୁଷ୍ଠିତ ହେବ । ଏନେଇ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେଗୁଡିକ ହେଲା ପୋଖରୀ ଗାଁ ପଞ୍ଚାୟତର ୧୨ଟି ଅଲଣା ଓ ବିଳାଶୁଣି ପଞ୍ଚାୟତରେ ଗୋଟିଏ ଲେଖାଏଁ ବୁଥରେ