କଟକ: ଆପୋଲୋ ହସ୍ପିଟାଲର ଲାଇସେନ୍ସକୁ ଜାତୀୟ ମାନବାଧିକାର କମିଶନ ରବ୍ଦ କରିବା ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଆସନ୍ତା 4 ସପ୍ତାହ ପର୍ଯ୍ୟନ୍ତ କମିଶନଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି କହିଛନ୍ତି କୋର୍ଟ।
ସେହିପରି 4 ସପ୍ତାହ ମଧ୍ୟରେ ଆପୋଲୋ କର୍ତ୍ତୃପକ୍ଷ ଜାତୀୟ ମାନବାଧିକାରଙ୍କ ପାଖରେ ନିଜର ପକ୍ଷ ରଖି ପାରିବେ। ତେବେ ଆପୋଲୋ କର୍ତ୍ତୃପକ୍ଷଙ୍କ ପକ୍ଷ ଶୁଣିବା ପରେ ପୁନର୍ବାର ନିଷ୍ପତ୍ତି ନେବାକୁ ଜାତୀୟ ମାନବାଧିକାର କମିଶନଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।