କଟକ: ଆହୁରି ଉନ୍ନତିକରଣ ହେବ ଆଞ୍ଚଳିକ ମେରୁଦଣ୍ଡ ଆଘାତ ଚିକିତ୍ସା କେନ୍ଦ୍ର। ଆଉ କିଛି ବର୍ଷ ମଧ୍ୟରେ ଏହି ବିଭାଗରେ ବିକାଶ ନିଶ୍ଚିତ । ଏନେଇ ଯୋଜନା ମଧ୍ୟ ଜାରି ହୋଇଛି ବୋଲି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ।
ତେବେ ଏହି ବିଭଗ ଏବେ 20 ବର୍ଷରେ ପାଦ ଦେଇଛି । କେବଳ ଯେ, ସ୍ପାଇନାଲ ରୋଗ ଚିକିତ୍ସା ନୁହେଁ ବରଂ ଅନ୍ୟ ବିଭିନ୍ନ ରୋଗର ମଧ୍ୟ ଚିକିତ୍ସା ଏଠାରେ କରାଯିବ। ତେବେ ଚିକିତ୍ସାର ବ୍ୟାପକତାକୁ ଦେଖି ଏହି ବିଭାଗର ବିକାଶ ହେବା ନିଶ୍ଚିତ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ।