ଓଡିଶା

odisha

ETV Bharat / state

କାହିଁକି ଦେବୀଗଡ଼ାରେ ହୁଏ ବିସର୍ଜନ ? ଜାଣନ୍ତୁ ଇତିହାସ... - idol immersion ceremony

୧୦ ଦିନର ଲୀଳା ଖେଳା ପରେ ଧରାପୃଷ୍ଠରୁ ନେଇଛନ୍ତି ଜଗତଜନନୀ ମା' ଦଶଭୂଜା ମହିଷାମର୍ଦ୍ଦିନୀ । ସହର ପରିକ୍ରମା କରିବା ପରେ ଶେଷରେ ଦେବୀଗଡାରେ ବିସର୍ଜନ କରାଯିବାର ପରମ୍ପରା ରହିଛି । କାରଣ ଜାଣନ୍ତୁ...

history of devigada
ଦେବୀଗଡାର କିମ୍ବଦନ୍ତୀ

By ETV Bharat Odisha Team

Published : Oct 25, 2023, 10:48 PM IST

ଦେବୀଗଡାର କିମ୍ବଦନ୍ତୀ

କଟକ:ହଜାର ହଜାର ବର୍ଷର ପୁରୁଣା ସହର କଟକର ଅନେକ ଇତିହାସ ଓ ପରମ୍ପରା ରହିଛି । ଏପରିକି କଟକ ପ୍ରସିଦ୍ଧ ଦଶହରା ମଧ୍ୟ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି । କଟକ ପ୍ରସିଦ୍ଧ ଦୁର୍ଗାପୂଜା ଦେଖିବାକୁ ବହୁ ଦୂରଦୂରାନ୍ତରୁ ଭକ୍ତଙ୍କ ସମାଗମ ହୋଇଥିଲା । ତେବେ ୧୦ ଦିନର ଲୀଳା ଖେଳା ପରେ ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଜଗତଜନନୀ ମା' ଦଶଭୂଜା ।

ଆଜି ଭସାଣୀ ଉତ୍ସବ ପାଇଁ କଟକ ସହର ଚଳଚଞ୍ଚଳ ରହିଥିବାବେଳେ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । କଟକର ପୁରୀଘାଟ ଥାନାପାଖରେ ଥିବା ଦେବୀଗଡ଼ାଠାରେ ମା'ଙ୍କୁ ମେଲାଣି ଦିଆଯିବାର ପରମ୍ପରା ରହିଛି । ଏହି ପରମ୍ପରାକୁ ବର୍ଷ ବର୍ଷ ଧରି ପାଳିଆସୁଛନ୍ତି ସହରବାସୀ ।

ସମସ୍ତ ମେଢ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ ଶେଷରେ ଦେବୀଗଡାରେ ବିସର୍ଜନ କରାଯିବାର ପରମ୍ପରା ରହିଛି । ଏନେଇ କଟକ ମହାନଗର ଶାନ୍ତି କମିଟି ସଭାପତି ଦେବେନ୍ଦ୍ର ସାହୁ କହିଛନ୍ତି, "ଚୈତନ୍ୟ ମହାପ୍ରଭୁ କଟକ ଆସି ମୃଣ୍ମୟୀ ମୂର୍ତ୍ତି ପୂଜା କରିବା ପରଠାରୁ ହିଁ ଏହି ପରମ୍ପରା ପ୍ରଚଳିତ ହୋଇଆସୁଛି । ପୁରୀଘାଟ ନିକଟରେ ଥିବା କାଠଯୋଡି ନଦୀରେ ପ୍ରଥମେ ୩୦ରୁ ୪୦ ମେଢ ଭସାଣ କରାଯାଉଥିବାବେଳେ ସମୟକ୍ରମେ ତାହା ବୃଦ୍ଧି ପାଇଛି । ଆଉ ଦେବୀଙ୍କ ଭସାଣ ଉତ୍ସବ ଏଠାରେ ହେଉଥିବାରୁ ଏହି ସ୍ଥାନର ନାମ 'ଦେବୀଗଡ଼ା' ନାମରେ ନାମିତ କରାଯାଇଛି । ବର୍ଷ ବର୍ଷ ଧରି ଦୁର୍ଗାପୂଜା ପରେ ମା'ଙ୍କ ମୂର୍ତ୍ତି ଏହିଠାରେ ବିସର୍ଜନ କରାଯାଉଛି ।

ଏହା ବି ପଢନ୍ତୁ...କୁଆଖାଇ ଓ ଦୟା ନଦୀରେ ମା'ଙ୍କ ବିସର୍ଜନ

ଏହା ବି ପଢନ୍ତୁ...କଟକରେ ଚାଲିଛି ମେଲାଣି ଶୋଭାଯାତ୍ରା, ସୁରକ୍ଷା ପାଇଁ କମିଶନରେଟ ପୋଲିସର ବ୍ୟାପକ ବ୍ୟବସ୍ଥା


ଦେବୀଗଡାର ବିଶେଷତ୍ବ ହେଉଛି ଗୋଟିଏ ସ୍ଥାନରେ ମା'ଙ୍କ ମୂର୍ତ୍ତି ବିସର୍ଜନ କରାଯାଉଥିବାରୁ ଏଠାରେ ଅନେକ ଭକ୍ତଙ୍କର ସମାବେଶ ହୋଇଥାଏ। ବିଶେଷକରି ଏହି ଭଷାଣ ଦିନ ଭକ୍ତମାନେ ଆସି ମା'ଙ୍କୁ ଦର୍ଶନ କରିଥାନ୍ତି । ଯେଉଁମାନେ ମଣ୍ଡପ ବୁଲି ମା'ଙ୍କର ଦର୍ଶନରୁ ବଞ୍ଚିତ ହୋଇଥାନ୍ତି ସେମାନେ ଏହି ସ୍ଥାନରେ ମା'ଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥାନ୍ତି। ବିଶେଷକରି ବୟସ୍କ ବ୍ୟକ୍ତିମାନେ ଏହିଠାରେ ଆସି ସୁରୁଖୁରରେ ଦର୍ଶନ କରିଥାନ୍ତି । ଦେବୀଗଡାର ଅନେକ କିମ୍ବଦନ୍ତୀ ରହିଥିବବେଳେ ଏଠାକାର ପରମ୍ପରା ଦିନକୁ ଦିନ ଲୋପ ପାଇବାରେ ଲାଗିଥିବା ଦେଖିବାକୁ ମିଳିଛି । ତେଣୁ ସିଏମସି ଏ ଦିଗରେ ପଦକ୍ଷେପ ନେବା ସହିତ ଏହି ସ୍ଥାନର ସଠିକ ରକ୍ଷଣାବେକ୍ଷଣ କରିବାକୁ ଦାବି କରିଛନ୍ତି କଟକବାସୀ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details