କଟକ: ମାଡି଼ ଆସୁଛି କୋରୋନା ମହାମାରୀର ତୃତୀୟ ଲହର । ଏହାରି ମଧ୍ୟରେ ରାଜ୍ୟ ସରକାର ଦଶମ ଓ ଦ୍ବାଦଶ ଶ୍ରେଣୀ ଓ ହଷ୍ଟେଲ ଖୋଲିବାକୁ ଅନୁମତି ଦେଇଛନ୍ତି । ଏହାକୁ ବିରୋଧ କରି ଆଜି(ଗୁରୁବାର) ରେଭେନ୍ସା ବିଶ୍ବବିଦ୍ୟାଳୟ ସମ୍ମୁଖରେ ଛାତ୍ରଛାତ୍ରୀ ଆନ୍ଦୋଳନ କରିଛନ୍ତି ।
ବର୍ତ୍ତମାନ ସମୟରେ କୋଭିଡର ତୃତୀୟ ଲହର ଆସୁଛି । ଆଉ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଟିକା ନେଲେଣି କି ? ଯଦି ନେଇ ନାହାନ୍ତି ତେବେ ସରକାର ଶିକ୍ଷାନୁଷ୍ଠାନ ଖୋଲିବାକୁ ନେଇଥିବା ନିଷ୍ପତ୍ତି କେତେଦୂର ଯୁକ୍ତିଯୁକ୍ତ ସେନେଇ ପ୍ରଶ୍ନ କରିଛନ୍ତି ଆନ୍ଦୋଳନରତ ଛାତ୍ରଛାତ୍ରୀ । ତେବେ ଏହି ନିର୍ଦ୍ଦେଶନାମାକୁ ଆଉଥରେ ବିଚାର କରାଯାଇ ଖୋଲିବା ପ୍ରସଙ୍ଗକୁ ରାଜ୍ୟ ସରକାର ବନ୍ଦ କରନ୍ତୁ ବୋଲି ସେମାନେ କହିଛନ୍ତି ।