ଓଡିଶା

odisha

ETV Bharat / state

ରେଭେନସା ବିଶ୍ଵବିଦ୍ୟାଳୟରେ ଛାତ୍ର ଅଶାନ୍ତି : ଭଙ୍ଗା ଖଟ ଓ ଚେୟାର ରଖି କଲେ ଆନ୍ଦୋଳନ - ରେଭେନ୍ସା ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ଅଭିନବ ପ୍ରତିବାଦ

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି । ଭଙ୍ଗା ଖଟ, ଚେୟାର ଓ ଟେବୁଲ ଧରି ବୁଲିଲେ ପୁରା କଲେଜ କ୍ୟାମ୍ପସ । ଅଧିକ ପଢ଼ନ୍ତୁ

ରେଭେନସା ବିଶ୍ଵବିଦ୍ୟାଳୟରେ ଛାତ୍ର ଅଶାନ୍ତି : ଭଙ୍ଗା ଖଟ ଓ ଚେୟାର ରଖି କଲେ ଆନ୍ଦୋଳନ
ରେଭେନସା ବିଶ୍ଵବିଦ୍ୟାଳୟରେ ଛାତ୍ର ଅଶାନ୍ତି : ଭଙ୍ଗା ଖଟ ଓ ଚେୟାର ରଖି କଲେ ଆନ୍ଦୋଳନ

By

Published : Nov 12, 2022, 7:06 PM IST

କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି । ଭଙ୍ଗା ଖଟ, ଚେୟାର ଓ ଟେବୁଲ ଧରି ବୁଲିଲେ ପୁରା କଲେଜ କ୍ୟାମ୍ପସ । ବିଶ୍ୱବିଦ୍ୟାଳୟରେ ଥିବା ଜଗନ୍ନାଥ ଛାତ୍ରାବାସରେ ମୌଳିକ ସୁବିଧାର ବ୍ୟବସ୍ଥା ନଥିବାରୁ ଗର୍ଜିଲେ ଛାତ୍ର । ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି ସୁଫଳ ମିଳିଲା ନାହିଁ । ଶେଷରେ ଛାତ୍ରଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି ।

ରେଭେନସା ବିଶ୍ଵବିଦ୍ୟାଳୟରେ ଛାତ୍ର ଅଶାନ୍ତି : ଭଙ୍ଗା ଖଟ ଓ ଚେୟାର ରଖି କଲେ ଆନ୍ଦୋଳନ

ସୂଚନାନୁସାରେ ଏହି ଜଗନ୍ନାଥ ଛାତ୍ରାବାସରେ 100ରୁ ଊର୍ଦ୍ଧ୍ବ ପିଲା ରହୁଛନ୍ତି । ହେଲେ ଛାତ୍ରବାସରେ ପିଲାଙ୍କୁ ରହିବା ପାଇଁ କୌଣସି ଭଲ ବ୍ୟବସ୍ଥା କରାଯାଇ ନାହିଁ । ଏନେଇ ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି । ଏଠାରେ ପିଲାଙ୍କୁ ଶୋଇବା ପାଇଁ ଖଟ ଦିଆଯାଇଛି । ହେଲେ ଯେଉଁ ଖଟ ଦିଆଯାଇଛି ତାହା ଭଙ୍ଗା ଖଟ । ଯେଉଁଥି ପାଇଁ ଶୋଇବାରେ ସମସ୍ୟା ହେଉଛି । ସେହିପରି ପିଲାମାନେ ପାଠ ପଢିବା ପାଇଁ ଚେୟାର କି ଟେବୁଲର ବ୍ୟବସ୍ଥା ନାହିଁ । ତେଣୁ ପିଲାମାନେ ପାଠ ପଢ଼ିବା ସମୟରେ କେହି ତଳେ ବସି ପାଠ ପଢୁଛନ୍ତି ତ ଆଉ କେହି ବାଲକୋନି ଉପରେ ବସି ପାଠ ପଢୁଛନ୍ତି ।

ଏହା ମଧ୍ୟ ପଢନ୍ତୁ:Baliyatra 2022: ବାଲିଯାତ୍ରା ଚତୁର୍ଥ ସନ୍ଧ୍ୟାରେ ଖଚାଖଚ ଭିଡ଼, ପକେଟମାରଙ୍କ ଉତ୍ପାତ

ଏତିିକିରେ ସରିନି କଲେଜର ସମସ୍ୟା । କ୍ୟାମ୍ପସ ପରିସରରେ ଥିବା ପାଣି ଟାଙ୍କି ଦୀର୍ଘଦିନ ହେବ ସଫା ହୋଇନି । ଫଳରେ ପାଣି ଟ୍ୟାପ ଖୋଲିଲେ ଗୋଳିଆ ପାଣି ଆସୁଛି । ଯାହା ପିଇବା ପାଇଁ ଆଦୌ ଉପଯୋଗୀ ନୁହେଁ । ତଥାପି ପାଖରେ ଆଉ କୌଣସି ସୁବିଧା ନଥିବାରୁ ବାଧ୍ୟ ହୋଇ ସେହି ଗୋଳିଆ ପାଣି ପିଉଛୁ । ଯାହାକୁ ପିଇ କିଛି ପିଲା ମଧ୍ୟ ପେଟ ଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ନଜିର ରହିଛି ।

ଏହା ମଧ୍ୟ ପଢନ୍ତୁ:ବସ ଭିତରେ ନାବାଳିକାଙ୍କୁ ଅସଦାଚରଣ ! କଣ୍ଡକ୍ଟର ବିରୋଧରେ ଏତଲା

ଏନେଇ ବାରମ୍ବାର କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଛି । ହେଲେ କଲେଜ କର୍ତ୍ତୃପକ୍ଷ ଏଥିପ୍ରତି ଆଦୌ କର୍ଣ୍ଣପାତ କରୁନାହାଁନ୍ତି । ଯାହାକୁ ନେଇ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟଳୟ ସମ୍ମୁଖରେ ଆଜି ପ୍ରତିବାଦ କରଛନ୍ତି ହଷ୍ଟେଲ ଛାତ୍ର । ସେଠାରେ ପହଞ୍ଚି କୁଳପତିଙ୍କୁ ହଷ୍ଟେଲରେ ଲାଗି ରହିଥିବା ସମସ୍ୟା ସମ୍ପର୍କରେ କହିଥିଲେ । ଯଦି ଦାବି ପୂରଣ ନହୁଏ ତେବେ ଆଗମୀ ଦିନରେ ଏହି ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ହଷ୍ଟେଲ ଛାତ୍ର । ଛାତ୍ର ଆନ୍ଦୋଳନ ନେଇ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details