ଓଡିଶା

odisha

ETV Bharat / state

4 ନମ୍ବର ଗେଟରେ କିଛି ଅସୁବିଧା ହେଲେ ହେବ କାର୍ଯ୍ୟାନୁଷ୍ଠାନ: ରେଭେନ୍ସା କର୍ତ୍ତୃପକ୍ଷ - 4 ନମ୍ବର ଗେଟରେ କିଛି ଅସୁବିଧା ହେଲେ ହେବ କାର୍ଯ୍ୟାନୁଷ୍ଠାନ

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଫାଟକ ଖୋଲିବା ବିବାଦରେ ଆମରଣ ଅନଶନ କଲେ ଛାତ୍ରଛାତ୍ରୀ । ଅନ୍ୟପଟେ ଏହି ବିବାଦକୁ ନେଇ ମୁହଁ ଖୋଲିଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

4 ନମ୍ବର ଗେଟରେ କିଛି ଅସୁବିଧା ହେଲେ ହେବ କାର୍ଯ୍ୟାନୁଷ୍ଠାନ: ରେଭେନ୍ସା କତ୍ତୃପକ୍ଷ
4 ନମ୍ବର ଗେଟରେ କିଛି ଅସୁବିଧା ହେଲେ ହେବ କାର୍ଯ୍ୟାନୁଷ୍ଠାନ: ରେଭେନ୍ସା କତ୍ତୃପକ୍ଷ

By

Published : May 19, 2022, 8:14 PM IST

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଫାଟକ ଖୋଲିବା ବିବାଦରେ ଆମରଣ ଅନଶନ କଲେ ଛାତ୍ରଛାତ୍ରୀ । ଅନ୍ୟପଟେ ଏହି ବିବାଦକୁ ନେଇ ମୁହଁ ଖୋଲିଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ । ରେଭେନ୍ସା ରେଜିଷ୍ଟାର ଭକ୍ତ ଚରଣ ପ୍ରଧାନ କହିଛନ୍ତି, ‘‘ରେଭେନ୍ସାର 4ଟି ଗେଟ ବନ୍ଦ ରହୁନି । କେବଳ ସମୟସୀମା ଅନୁସାରେ ସନ୍ଧ୍ୟା 6ଟା ପରଠୁ 1, 2, 3 ନମ୍ବର ଗେଟ ବନ୍ଦ ରହୁଛି । ଆଉ ଛୋଟ ଗେଟ ପଟେ ଲୋକେ ଚଳପ୍ରଚଳ ହେଉଛନ୍ତି । କିନ୍ତୁ କୌଣସି ବାଇକ କିମ୍ବା କାରକୁ ଏହି ଦୁଇ ଗେଟ ପଟେ ଆସିବାକୁ ବାରଣ କରାଯାଇଛି । ଏହା କରାଯିବାର ମୁଖ୍ୟ କାରଣ, ଏହି ଦୁଇ ଗେଟ ମଧ୍ୟଦେଇ ଅନେକ ଅସାମାଜିକ ବ୍ୟକ୍ତି ବିଶ୍ୱବିଦ୍ୟାଳୟ ପରିସରକୁ ପଶୁଛନ୍ତି, ଯାହାଦ୍ୱରା କ୍ୟାମ୍ପସ ବଦନାମ ହେଉଛି । ତେବେ 4 ନମ୍ବର ଗେଟରେ ଯିବା ସମୟରେ ଯଦି କିଛି ଅସୁବିଧା ହେଉଛି, ତେବେ ସିଧାସଳଖ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।’’

4 ନମ୍ବର ଗେଟରେ କିଛି ଅସୁବିଧା ହେଲେ ହେବ କାର୍ଯ୍ୟାନୁଷ୍ଠାନ: ରେଭେନ୍ସା କତ୍ତୃପକ୍ଷ
ଅନ୍ୟପଟେ 4 ନମ୍ବର ଗେଟ ନିକଟରେ ଲାଇଟ ଅଭାବ, ଏହାସହ ମଦ ଦୋକାନ ଯାହା ଛାତ୍ରୀମାନଙ୍କ ସୁରକ୍ଷା ଦିଗ ଉପରେ ପ୍ରଶ୍ନ ଠିଆ କରିଛି । ତେବେ ଏହି ବିବାଦକୁ ନେଇ ଆମରଣ ଅନଶନ ଜାରି ରହିଛି । ତେବେ ଏହାର ସମାଧାନ ଶୀଘ୍ର ଆବଶ୍ୟକ ବୋଲି ଛାତ୍ରଛାତ୍ରୀ କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details