କଟକ: ବିଶ୍ବବିଦ୍ୟାଳୟ ସଂଶୋଧିତ ବିଲକୁ ରେଭେନ୍ସା ବିକାଶ ପରିଷଦର ବିରୋଧ । ରାଜ୍ୟପାଳ ଏହି ବିଲକୁ ଅନୁମୋଦନ ନ କରିବାକୁ ବୁଧବାର ନିବେଦନ କରିଛି ରେଭେନ୍ସା ବିକାଶ ପରିଷଦ । ବିଶ୍ବବିଦ୍ୟାଳୟ ଆଇନରେ ପରିବର୍ତ୍ତନ କରାଗଲେ ଏହାଦ୍ବାରା ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେବ ବୋଲି ଅଭିଯୋଗ କରିଛି ସଂଗଠନ ।
ନୂତନ ଆଇନ ପ୍ରଚଳନ କରାଗଲେ ଅନେକ ରାଜନୈତିକ ବ୍ୟକ୍ତିଙ୍କର ହସ୍ତକ୍ଷେପ ରହିବ । ତେଣୁ ଏହାର ପୁନଃବିଚାର କରିବାକୁ ରାଜ୍ୟପାଳ ଏହି ବିଲକୁ ସରକାରଙ୍କୁ ପଠାଇବାକୁ ରେଭେନ୍ସା ବିକାଶ ପରିଷଦ ପକ୍ଷରୁ ଦାବି କରାଯାଇଛି ।
ବିଶ୍ବବିଦ୍ୟାଳୟ ସଂଶୋଧିତ ବିଲକୁ ରେଭେନ୍ସା ବିକାଶ ପରିଷଦର ବିରୋଧ ଚଳିତ ବିଧାନସଭାର ମୌସୁମୀ ଅଧିବେଶନରେ ଓଡ଼ିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ ପାରିତ ହୋଇଥିଲା । ତେବେ ଏହି ସଂଶୋଧନକୁ ନେଇ ପୂର୍ବରୁ ମଧ୍ୟ ବିଭିନ୍ନ ମହଲରେ ବିରୋଧାଭାଷ ଦେଖା ଦେଇଥିଲା । ରାଜ୍ୟବ୍ୟାପୀ ସମସ୍ତ ଶିକ୍ଷାବିତ୍ ଏହାକୁ ବିରୋଧ କରି ରାଜ୍ୟପାଳ ଏହି ନୂଆ ଅଧିନିୟମର ତୁରନ୍ତ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଥିଲେ । ଏହାଦ୍ବାରା ବିଶ୍ବବିଦ୍ୟାଳୟର ସ୍ବତନ୍ତ୍ରତା କ୍ଷୁର୍ଣ୍ଣ ହେବା ସହ ଘରୋଇ ବିଶ୍ବବିଦ୍ୟାଳୟଗୁଡ଼ିକୁ ରାଜ୍ୟ ସରକାର ଅଧିକ ପ୍ରୋତ୍ସାହନ ଦେବେ ବୋଲି ଅଭିଯୋଗ ହୋଇଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ