ଓଡିଶା

odisha

8 ଦିନ ପରେ ବି ଫିଟୁନି ରଶ୍ମି ରଞ୍ଜନଙ୍କ ମୃତ୍ୟୁ ଗୁମର, ଲୁଚି ଯିବକି ମୃତ୍ୟୁ ରହସ୍ୟ ?

By

Published : Apr 7, 2023, 4:57 PM IST

ରଶ୍ମି ରଞ୍ଜନ ବିଶ୍ବାଳଙ୍କ ଭାଇରାଲ ଭିଡିଓ ଓ ପରେ ସନ୍ଦେହଜନକ ମୃତ୍ୟୁ ଘଟଣା । 8 ଦିନ ପରେ ବି ଫିଟୁନି ରଶ୍ମି ରଞ୍ଜନ ବିଶ୍ବାଳଙ୍କ ମୃତ୍ୟୁ ଗୁମର । ଏସପି ଏବଂ ସାଇଣ୍ଟିପିକ ଟିମ୍ ଘଟଣାର ତଦନ୍ତ କରୁଥିଲେ ମଧ୍ୟ ଫଳ ଶୂନ୍ୟ । ଅଧିକ ପଢ଼ନ୍ତୁ

ଖାଲି ତଦନ୍ତରେ ରହିଯିବ‌ କି ମୃତ୍ୟୁ ରହସ୍ୟ !
ଖାଲି ତଦନ୍ତରେ ରହିଯିବ‌ କି ମୃତ୍ୟୁ ରହସ୍ୟ !

ରଶ୍ମି ରଞ୍ଜନ ବିଶ୍ବାଳଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା, ପୋଲିସର ହାତ ଖାଲି

ଭୁବନେଶ୍ୱର: ରଶ୍ମି ରଞ୍ଜନ ବିଶ୍ବାଳଙ୍କ ଏକ ଭିଡିଓ ଭାଇରାଲ ହେବା ଓ ପରେ ସନ୍ଦେହ ଜନକ ମୃତ୍ୟୁ ଘଟଣା । 8 ଦିନ ପରେ ବି ଫିଟୁନି ରଶ୍ମି ରଞ୍ଜନ ବିଶ୍ବାଳଙ୍କ ମୃତ୍ୟୁ ଗୁମର । ତଦନ୍ତରେ ରହିଯିବ‌ କି ରଶ୍ମି ରଞ୍ଜନ ବିଶ୍ବାଳଙ୍କ ମୃତ୍ୟୁ ଘଟଣା ? ମୃତ୍ୟୁର ରହସ୍ଯକୁ ଭେଦ କରିପାରି ନି ପୋଲିସ ।

ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ବିଶ୍ବାଳ ସାହି ଗ୍ରାମର ରଶ୍ମି ରଞ୍ଜନ ବିଶ୍ବାଳ । ସେ ବନମାଳିପୁର ବଜାରରେ ଜିମ୍‌ ସେଣ୍ଟର କରିଥିବା ସୂଚନା ରହିଛି । ଗତ କିଛି ଦିନ ତଳେ ରଶ୍ମି ରଞ୍ଜନ ବିଶ୍ବାଳଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ସବୁଆଡେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ଏହି ଭାଇରାଲ ଭିଡିଓରେ ରଶ୍ମି ରଞ୍ଜନ କିଛି ବ୍ୟକ୍ତି ଏବଂ ଏକ ଘରୋଇ ବ୍ୟାଙ୍କ କର୍ମଚାରୀଙ୍କ ନାମ ନେଇଛନ୍ତି । ସେମାନେ ତାଙ୍କୁ ମାରିଦେବା ପାଇଁ ଚକ୍ରାନ୍ତ କରୁଥିବା ସେ ଭିଡିଓରେ ପ୍ରକାଶ କରିଥିଲେ । ତେବେ ସୋସିଆଲ ମିଡଆ ଓ ଗଣମାଧ୍ୟମରେ ଭାଇରାଲ ଭିଡିଓ ସମ୍ପର୍କରେ ସୂଚନା ପାଇ ନିଜ ଆଡୁ ତଦନ୍ତ ଆରମ୍ଭ କରିଛି ଭୁବନେଶ୍ୱର କମିଶନରେଟ ପୋଲିସ । ଭୁବନେଶ୍ୱର ଜୋନ୍‌ ଚାରିର ଏସିପି ଏସ.ଏନ ମୁଦୁଲିଙ୍କ ନେତୃତ୍ୱରେ ପୋଲିସର ଏକ ଟିମ୍‌ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ମୃତ୍ୟୁ ରଶ୍ମି ତଦନ୍ତି କରୁଛି ।

ଘଟଣା ଗତ ମାସ ୩୦ ତାରିଖରୁ ଘଟିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ରଶ୍ମି ରଞ୍ଜନ ବିଶ୍ବାଳଙ୍କ ଭିଡିଓ ଭାଇରାଲ ଏବଂ ସନ୍ଦେହ ଜନକ ମୃତ୍ୟୁ କାରଣ ପଛର ରହସ୍ୟ କ'ଣ ପୋଲିସ ଭେଦ କରିବାରେ ବିଫଳ ହୋଇଥିବା ଅଭିଯୋଗ ହେଉଛି । ତେବେ ଇତି ମଧ୍ୟରେ ବାଲିପାଟଣା ଥାନା କମିଶନରେଟ୍ ପୋଲିସ ପକ୍ଷରୁ ୧୩ ଜଣଙ୍କୁ ପଚରାଉଚରା କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ବି ରଶ୍ମି ରଞ୍ଜନ ବିଶ୍ବାଳଙ୍କ ମୃତ୍ୟୁ ଏବଂ ଭିଡିଓ ଭାଇରାଲ ସମ୍ପର୍କରେ କିଛି ତଥ୍ୟ ହାସଲ କରିପାରିନଥିବା ସୂଚନା ମିଳିଛି ।

ତେବେ ବଡି ବିଲ୍ଡର ରଶ୍ମି ରଞ୍ଜନ ବିଶ୍ବାଳଙ୍କ ପରିବାର କିମ୍ବା ପୋଲିସ ଏ ସମ୍ପର୍କରେ କୈଣସି ମତାମତ ଦେବା ପାଇଁ ରାଜି ନୁହଁନ୍ତି । ତେବେ ରଶ୍ମି ବିଭିନ୍ନ ସ୍ଥାନରୁ ଧାର କରଜରେ ଛନ୍ଦି ହୋଇଥିବା କଥା ଆଲୋଚନା ବି ହେଉଛି । ସେ ଯାହା ହେଉନା କାହିଁକି ରଶ୍ମି ରଞ୍ଜନ ବିଶ୍ବାଳ ମୃତ୍ୟୁ ପୂର୍ବରୁ କାହିଁକି ଏକ ଭିଡିଓ ତିଆରି କଲେ ଏବଂ ଭାଇରାଲ କରି ପରିବାର ଲୋକ ଏବଂ ଏକ ଘରୋଇ ବ୍ୟାଙ୍କ କର୍ମଚାରୀଙ୍କ ନାମ ଉଲ୍ଲେଖ କଲେ , ତାହାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details