କଟକ:NCC ପକ୍ଷରୁ କଟକ ସହରରେ ଆରମ୍ଭ ହେଲା ପୁନିତ ସାଗର ଅଭିଯାନ(Puneet sagar Abhiyaan) । ସହରରେ ନଦୀ, ସମୁଦ୍ର ତଟକୁ ସଫା ରଖିବା ପାଇଁ ଏନସିସି ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ବୁଧବାର କଟକ ମହାନଦୀ ନିକଟରେ ଥିବା ବାଲିଯାତ୍ରା ପଡିଆକୁ ଏନସିସି ଛାତ୍ରଛାତ୍ରୀମାନେ ସଫା କରିଥିଲେ ।
ବର୍ତ୍ତମାନ ସମୟରେ ପରିବେଶ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଥିଲା ବେଳେ ଏହି ଅଭିଯାନ ମାଧ୍ୟମରେ ପରିବେଶକୁ ପ୍ରଦୂଷଣ ମୁକ୍ତ ରଖାଯାଇପାରିବ ବୋଲି କହିଛନ୍ତି ଏନସିସି ଅଧିକାରୀ। ପୁନିତ ସାଗର ଅଭିଯାନର ଉଦଘାଟନଟି କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ଓ କଟକ ମେୟର ସୁବାସ ସିଂ ଯୋଗଦେଇ NCC ଛାତ୍ରଛାତ୍ରୀଙ୍କ ମନୋବଳକୁ ଆହୁରି ବୃଦ୍ଧି କରିଥିଲେ ।