ଓଡିଶା

odisha

ETV Bharat / state

କଟକରେ ପୂଜା ବଜାର ମାନ୍ଦା, କ୍ଷତିରେ ବ୍ୟବସାୟୀ - କଟକରେ ପୂଜା ବଜାର ମାନ୍ଦା

କଟକରେ ଚଳିତ ବର୍ଷ ଗଣେଶ ପୂଜା ବନ୍ଦ । ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଚଳିତବର୍ଷ ସାମୂହିକ ଗଣେଶ ପୂଜା କରାଯାଉନାହିଁ । ତେବେ ଏହାରି ଭିତରେ ପୂଜା ମାର୍କେଟ ପୁରା ଡାଉନ ହୋଇ ପଡିଛି ।

କଟକରେ ପୂଜା ବଜାର ମାନ୍ଦା, କ୍ଷତିରେ ବ୍ୟବସାୟୀ
କଟକରେ ପୂଜା ବଜାର ମାନ୍ଦା, କ୍ଷତିରେ ବ୍ୟବସାୟୀ

By

Published : Aug 21, 2020, 7:10 PM IST

କଟକ: କଟକରେ ଚଳିତ ବର୍ଷ ଗଣେଶ ପୂଜା ବନ୍ଦ । ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଚଳିତବର୍ଷ ସାମୂହିକ ଗଣେଶ ପୂଜା କରାଯାଉନାହିଁ । ତେବେ ଏହାରି ଭିତରେ ପୂଜା ମାର୍କେଟ ପୁରା ଡାଉନ ହୋଇ ପଡିଛି ।

କଟକରେ ପୂଜା ବଜାର ମାନ୍ଦା, କ୍ଷତିରେ ବ୍ୟବସାୟୀ

ଯେପରିକି ସବୁ ମଲ ଛୋଟ ବଡ ଡ୍ରେସ ଦୋକାନରେ ମଧ୍ୟ ଭିଡ ପରିଲକ୍ଷିତ ହେଉ ନାହିଁ । କୋରୋନା ପାଇଁ ବ୍ୟବସାୟୀ ମାନେ ଏକ ପ୍ରକାର ହତାଶ ହୋଇ ପଡିଛନ୍ତି । ପୂଜାରେ ବ୍ୟବସାୟୀମାନେ ଭଲ ଦି ପଇସା କମାଇ ପାରୁଥିବା ବେଳେ କୋରୋନା ପାଇଁ ସବୁକିଛି ଠପ ହୋଇ ପଡିଛି ।

ପୂଜା ସମୟରେ ଛୋଟ ଟୁ ବଡ଼ ସମସ୍ତେ ପୋଷାକପତ୍ର କିଣିବା ପାଇଁ ବଜାର ଆସିଥାନ୍ତି । ହେଲେ କୋରୋନା କାୟା ରେ ସବୁ କିଛି ବିଗିଡି ଯାଇଛି । ସପିଙ୍ଗ ମଲ ଖାଁ ଖାଁ ଲାଗୁଚି । ଯିଏ ବି ଆସୁଛି ମନରେ ରହୁଛି କୋରୋନା ଭୟ । ଏମିତି ପ୍ରଶ୍ନ ମନରେ ରହିଲେ ମଲ ମାଲିକଙ୍କ ଭବିଷ୍ୟତ ଏକ ପ୍ରକାର ଅନ୍ଧାରକୁ ଠେଲି ହୋଇ ଯାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details