ଓଡିଶା

odisha

ETV Bharat / state

ବାଲି ଚୋରା ଚାଲାଣରେ ରୋକ ଲଗାଇବାକୁ ଜିଲ୍ଲାପାଳ ଅଫିସ ଘେରିଲେ ବିକ୍ଷୋଭକାରୀ - ବସ୍ତିବାସିନ୍ଦାଙ୍କୁ ଜମି ପଟା ପ୍ରଦାନ

ଭୂମିହୀନଙ୍କୁ ସ୍ଥାୟୀ ଜମିପଟ୍ଟା ପ୍ରଦାନ ଓ ବାଲି ଚୋରାଚାଲାଣ ଉପରେ ରୋକ ଲଗାଇବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛି ଆମ୍ବେଦକର ସ୍ମୃତି ପରିଷଦ  ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Aug 22, 2019, 5:35 PM IST

କଟକ: କମ୍ପୁଛି ସିଲଭରସିଟି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ପ୍ରଦାନ ଓ ବାଲି ଚୋରାଚାଲାଣ ଉପରେ ରୋକ ଲଗାଇବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ଆମ୍ବେଦକର ସ୍ମୃତି ପରିଷଦ । ଦୀର୍ଘଦିନ ଧରି ଏହି ସମସ୍ୟା ରହି ଆସୁଥିବା ବେଳେ ଏଯାବତ ଚୁପ ରହିଛି ଜିଲ୍ଲା ପ୍ରଶାସନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ବସ୍ତିବାସିନ୍ଦାଙ୍କୁ ଏପର୍ଯ୍ୟନ୍ତ ଜମି ପଟ୍ଟା ମିଳି ପାରୁନାହିଁ । ଯେଉଁଥିପାଇଁ ପ୍ରଶାସନର ବେଧଡ଼କ ଉଚ୍ଛେଦ ପ୍ରକ୍ରିୟାର ଶିକାର ହେଉଛନ୍ତି ସାଧାରଣ ବାସିନ୍ଦା ।

ଅନ୍ୟପଟେ ବାଲି ଚୋରା ଚାଲାଣ ଦିଗରେ ଵର୍ତ୍ତମାନ ସୁଦ୍ଧା ସ୍ଥାଣୁ ପାଲଟିଛି ଜିଲ୍ଲା ପ୍ରଶାସନ । ବେଧଡ଼କ ବାଲିକୁ ଚୋରା ଚାଲାଣ କରୁଛନ୍ତି ବାଲି ମାଫିଆ । ତେବେ ଆଗାମୀ ଦିନ ମାନଙ୍କରେ ଯଦି ଏହି ଦିଗରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନ ନିଏ ତେବେ ସ୍ଥିତି ଭୟଙ୍କର ହେବ ବୋଲି ଚେତାବନୀ ଦେଇଛି ସଂଘ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details