ଓଡିଶା

odisha

By

Published : Oct 19, 2019, 2:44 AM IST

ETV Bharat / state

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ନେଇ ବ୍ଲକ ଆଗରେ ଗଣଧାରଣା

ବଡ଼ମ୍ବା ବ୍ଲକର ମିଳିତ ପଞ୍ଚାୟତ ପକ୍ଷରୁ ବଡମ୍ବା ବ୍ଲକ ଆଗରେ ଗଣ ଧାରଣା । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ନେଇ ବ୍ଲକ ଆଗରେ ଗଣଧାରଣା

କଟକ: ଜିଲ୍ଲା ବଡ଼ମ୍ବା ବ୍ଲକର ମିଳିତ ପଞ୍ଚାୟତ ପକ୍ଷରୁ ବଡମ୍ବା ବ୍କକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ବିରୁଦ୍ଧରେ ଗଣ ଧାରଣା । ଘଟଣାରୁ ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଡ଼ମ୍ବା ବ୍ଲକର 1300 ଲୋକଙ୍କ ନାମ ମଧ୍ୟରୁ 500 ଲୋକଙ୍କ ନାମକୁ ରାଜନୈତିକ ଉଦ୍ଦେଶ୍ୟ ରଖି ଜାଣିଶୁଣି କାଟି ଦେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ବିରୋଧକରି ଗତ 11 ତାରିଖରେ ବ୍ଲକ ଘେରାଉ କରାଯାଇଥିଲା । କିନ୍ତୁ ଏହି ଘେରାଉର ସୁଫଳ ନମିଳିବାରୁ ଶୁକ୍ରବାର ପୁଣି ମିଳିତ ପଞ୍ଚାୟତ ପକ୍ଷରୁ ବ୍ଲକ ଆଗରେ ଗଣଧାରଣା କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ନେଇ ବ୍ଲକ ଆଗରେ ଗଣଧାରଣା

ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ପ୍ରାୟ 7 ପ୍ଲାଟୁନ ଫୋର୍ସ ମୃତୟନ କରାଯାଇଥିଲା ବେଳେ 10ଜଣ ପୋଲିସ ଅଧିକାରୀଙ୍କୁ ମୁତୟନ କରାଯାଇଥିଲା । ଆଠଗଡ଼ ଏସଡିପିଓ(SDPO) ଆଲୋକ ରାୟ ନିଜେ ଉତ୍ତେଜନାକୁ ଆଖି ଆଗରେ ରଖି ଲୋକଙ୍କ ସହ ବୁଝାସୁଝା କରିଥିଲେ । ତେବେ ଆଠଗଡ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ମିଳିତ ପଞ୍ଚାୟତର ଦାବିପତ୍ର ଗ୍ରହଣ କରିଥିଲେ । ଏହାସହ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଉପଜିଲ୍ଲାପାଳ ପ୍ରତିଶୃତି ଦେବାରୁ ଆନ୍ଦୋଳନରୁ ଓହରି ଥିଲେ ଆନ୍ଦୋଳନକାରୀ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details