ନିଆଳି: ଛାଡି ଯାଇଛି ବନ୍ୟା । ହେଲେ ଭାଙ୍ଗି ଦେଇ ଯାଇଛି ଚାଷୀର ମେରୁଦଣ୍ଡ । ବନ୍ୟା ଧୋଇ ଦେଇ ଯାଇଛି ସୁନାର ଫସଲ । ମୁଣ୍ଡ ଝାଳ ତୁଣ୍ଡରେ ମାରି ଅମଳ କରିଥିବା ଫସଲ ସବୁ ବନ୍ୟାରେ ନଷ୍ଟ ହୋଇଯାଇଛି । ବନ୍ୟା ଛାଡିଯାଇଥିଲେ ମଧ୍ୟ ବଢିଛି ଚାଷୀଙ୍କ ଦୁର୍ଦ୍ଦଶା । ବନ୍ୟା ପରେ ଚିନ୍ତାରେ ଚାଷୀ । ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇ କ୍ଷତି ସହିଥିବା ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ବନ୍ୟା ବିପନ୍ନ ଦାବି କରିଛନ୍ତି । ତେବେ ଏନେଇ ଖୋର୍ଦ୍ଧା ଜିଲ୍ଲା ଜୟଦେବ ନିର୍ବାଚନ ମଣ୍ଡଳୀର ବନ୍ୟା କ୍ଷତିଗ୍ରସ୍ତ ଚାଷୀ କ୍ଷତି ପୂରଣ ଦାବିରେ ବାଲିପାଟଣା ତହସିଲ ସମ୍ମୁଖରେ ଧାରଣା ଦେଇଥିଲେ ।
ସବୁକିଛି ଉଜାଡ଼ି ଦେଲା ବନ୍ୟାପାଣି । ବନ୍ୟାରେ ଶହ ଶହ ଏକର ଜମିରେ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି । ଚାଷୀ ଧାର କରଜ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଅମଳ କରିଥିଲା ସୁନାର ଫସଲ । ବନ୍ୟା ଯୋଗୁଁ ଚାଷ ଜମି ଉଜୁଡି ଯାଇଛି । ଗୋଟିଏ ପଟେ ଚାଷ ନଷ୍ଟ ହୋଇ ଯାଇଥିବା ବେଳେ ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ସେପଟେ ନଷ୍ଟ ହୋଇଥିବା ଚାଷ ପାଇଁ କରିଥିବା ଋଣ କିପରି ପରିଶୋଧ ହେବ, ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଚାଷୀ । ବର୍ଷା ଦିନିଆ ଫସଲ ହେତୁ ଚାଷୀ ଅଧିକ ଆୟ କରିଥାଏ । କିନ୍ତୁ ଚଳିତ ବନ୍ୟା ସବୁ ଧୋଇ ନେଇଛି । ତୁରନ୍ତ ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇ କ୍ଷତି ସହିଥିବା ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ବନ୍ୟା ବିପନ୍ନ ଦାବି କରିଛନ୍ତି ।