କଟକ: ସର୍ବସମ୍ମୁଖରେ ଦବଙ୍ଗଗିରି ଦେଖାଇ ଅଡୁଆରେ ପାଟଣାଗଡ ବିଧାୟକ ସରୋଜ ମେହେର । ଗତ ବୁଧବାର ଦିନ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ୍ ହେବା ପାଇଁ କହି ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ବିଧାୟକ । ରବିବାର ଏହି ସମ୍ପର୍କରେ ଓଡିଶା ଡିପ୍ଲୋମା ଇଞ୍ଜନିୟର୍ସ ସେବା ସଂଘର କଟକ ଶାଖା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଗିରଫ ଦାବି କରାଯାଇଛି ।
ପ୍ରକାଶ ଯେ ଗତ ବୁଧବାର ଦିନ ଜଣେ ପିଡବ୍ଲୁଡି କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ କାନ ଧରି ବସଉଠ କରାଇଥିଲେ ବିଧାୟକ ସରୋଜ ମେହେର । ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଇଥିବା ବେଳେ ଆଦିବାସୀ ସଂଘ ଏହାକୁ ବିରୋଧ କରି ନ୍ୟାୟ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ । ତେବେ ରବିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକଙ୍କ ଗିରଫ ଦାବି କରାଯିବା ସହ ବିଧାୟକଙ୍କ ଏପରି ବ୍ୟବହାର ଅଗଣତାନ୍ତ୍ରିକ ବୋଲି ଅଭିଯୋଗ କରାଯାଇଥିଲା ।