ଓଡିଶା

odisha

By

Published : Oct 22, 2022, 4:31 PM IST

ETV Bharat / state

ପ୍ଲଟ ବୁକିଂ ପାଇଁ ନିଲାମ ପ୍ରକ୍ରିୟାରେ ଅନିୟମିତତା, କଳା ପତାକା ଦେଖାଇ ବିରୋଧ ପ୍ରଦର୍ଶନ

ବାଲିଯାତ୍ରା ପାଇଁ ପ୍ଲଟ ଆବଣ୍ଟନରେ ବର୍ଦ୍ଧିତ ଦର ଓ ନିଲାମ ପ୍ରକ୍ରିୟାକୁ ନେଇ ଆନ୍ଦୋଳନ ଜାରି ରହିଛି । ଏହାରି ଭିତରେ ଆଜି କଟକ ଐତିହାସିକ ବାଲିଯାତ୍ରା ପଡ଼ିଆଠାରେ ହିନ୍ଦୁ ସେନା ଓ ଐତିହାସିକ କଟକ ବାଲିଯାତ୍ରା ସୁରକ୍ଷା ମଞ୍ଚ ପକ୍ଷରୁ କଳା ପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l

ପ୍ଲଟ ବୁକିଂ ପାଇଁ ନିଲାମ ପ୍ରକ୍ରିୟାରେ ଅନିୟମିତତା
ପ୍ଲଟ ବୁକିଂ ପାଇଁ ନିଲାମ ପ୍ରକ୍ରିୟାରେ ଅନିୟମିତତା

କଟକ: ପାଖେଇ ଆସୁଛି ବାଲିଯାତ୍ରା । ପ୍ଲଟ ବିକ୍ରିପାଇଁ ବୁଧବାର ଠାରୁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ, ପ୍ଲଟ ଆବଣ୍ଟନରେ ବର୍ଦ୍ଧିତ ଦର ଓ ନିଲାମ ପ୍ରକ୍ରିୟାକୁ ନେଇ ଆନ୍ଦୋଳନ ଜାରି ରହିଛି । ଏହାରି ଭିତରେ ଆଜି କଟକ ଐତିହାସିକ ବାଲିଯାତ୍ରା ପଡ଼ିଆଠାରେ ହିନ୍ଦୁ ସେନା ଓ ଐତିହାସିକ କଟକ ବାଲିଯାତ୍ରା ସୁରକ୍ଷା ମଞ୍ଚ ପକ୍ଷରୁ କଳା ପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l

ପ୍ଲଟ ବୁକିଂ ପାଇଁ ନିଲାମ ପ୍ରକ୍ରିୟାରେ ଅନିୟମିତତା

ଏହା ମଧ୍ୟ ପଢନ୍ତୁ: ଜିଲ୍ଲାପାଳ ନିଷ୍ପତ୍ତି ପରିବର୍ତ୍ତନ ନକଲେ ବାଲିଯାତ୍ରା ବର୍ଜନ କରିବାକୁ ଚେତାବନୀ

ପାଖେଇ ଆସୁଛି ବାଲି ଯାତ୍ରା ହେଲେ ଥମୁନି ବିବାଦ l ଜିଲ୍ଲା ପ୍ରଶାସନର ପ୍ଲଟ ଆବଣ୍ଟନର ନୂଆ ନୀତିକୁ ସମସ୍ତେ ବିରୋଧ କରି ଚାଲିଛନ୍ତି । ଏହାରି ଭିତରେ ଆଜି କଟକ ଐତିହାସିକ ବାଲିଯାତ୍ରା ପଡ଼ିଆଠାରେ ହିନ୍ଦୁ ସେନା ଓ ଐତିହାସିକ କଟକ ବାଲିଯାତ୍ରା ସୁରକ୍ଷା ମଞ୍ଚ ପକ୍ଷରୁ କଳା ପତାକା ଦେଖାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ଯଦି ଜିଲ୍ଲା ପ୍ରଶାସନ କ୍ଷୁଦ୍ର ବ୍ୟବସୀୟ ମାରଣା ନୀତି ନଛାଡ଼ନ୍ତି ତେବେ ଏହି ଆନ୍ଦୋଳନ ଆଗକୁ ତୀବ୍ର ରୂପ ନେବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି । ତେବେ ପୂର୍ବରୁ ବାଲିଯାତ୍ରା ବ୍ୟବସାୟ ମିଳିତ ମଞ୍ଚ ପ୍ରସାସନର ନିଷ୍ପତ୍ତିକୁ ବିରୋଧ କରି ବାରମ୍ବାର ବିକ୍ଷୋଭ ଜାରି ରଖିଛନ୍ତି ।

ପ୍ଲଟ ଆବଣ୍ଟନରେ ବର୍ଦ୍ଧିତ ଦର ଓ ନିଲାମ ପ୍ରକ୍ରିୟାକୁ ବିରୋଧ କରି ଏହି ଆନ୍ଦୋଳନର ପନ୍ଥା ଆପଣାଇଛି ସଙ୍ଗଠନ । ଯଦି ଆଗାମୀ ଦିନରେ ଏହା ପରିଵର୍ତ୍ତନ ନହୁଏ ତେବେ ଆହୁରି ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛଇି । ଏନେଇ ଆନ୍ଦୋଳନକାରୀ କହିଛନ୍ତି ଯେ," ବାଲିଯାତ୍ରା ପାଇଁ ଅନେକ ଛୋଟଛୋଟ ବ୍ୟବସାୟୀ ଠାରୁ ବଡବଡ ବ୍ୟବସାୟୀମାନେ ଆସିଥାନ୍ତି । ଯାତ୍ରାର ମହଲକୁ ସେମାନେ ସରସ ସୁନ୍ଦର କରନ୍ତି । କିନ୍ତୁ ଦୁଃଖର ବିଷୟ ଚଳିତ ବର୍ଷ ଯେଉଁଭଳି ଭାବେ ରାଜ୍ୟସରକାର ଏବଂ ଜିଲ୍ଲା ପ୍ରଶାସନ ତାଙ୍କର ମନମୁଖୀ ନିଷ୍ପତ୍ତି କରିଛନ୍ତି ତାହାକୁ ଆମେ ସମ୍ପୁର୍ଣ୍ଣ ବିରୋଧ କରୁଛୁ । ପ୍ଲଟ ଆବଣ୍ଟନରେ ବର୍ଦ୍ଧିତ ଦର ଓ ନିଲାମ ପ୍ରକ୍ରିୟାରେ ମନମୁଖୀ ନିଷ୍ପତ୍ତି ନେଇଛନ୍ତି ।

ଗତ ଦୁଇବର୍ଷ ହେଲା କେରେନା ପାଇଁ ବ୍ୟବସାୟୀ କଣ କ୍ଷତି ସହିଥିଲେ ତାହା ରାଜ୍ୟସରକାର ଭୁଲି ଯାଇଛନ୍ତି । ଏଥର ବ୍ୟବସାୟୀଙ୍କୁ ଭଲ ଦିପାଇସା ରୋଜଗାର କରିବାର ସୁଯୋଗ ରହିଥିବା ବେଳେ ପ୍ଲଟ ବଣ୍ଟନରେ ଯେଉଁ ଚଢାଦର କରାଯାଇଛି ସେଥିରେ କୌଣସି ବ୍ୟବସାୟୀ ଆସି ବେପାର କରିବା ସମ୍ଭବ ନୁହେଁ । ଆମେ ସରକାରଙ୍କ ଏହି ନିଷ୍ପତ୍ତିକୁ ନିନ୍ଦା କରିବା ସହ କଳାପତାକା ଦେଖାଇ ଲଜ୍ଜିତ କରୁଛୁ । ଆମର ଲଢେଇ ଜାରି ରହିଛି । ଯଦି ଆଗାମୀ ଦିନରେ ନିଷ୍ପତ୍ତି ପରିବର୍ତ୍ତନ ନହୁଏ ତେବେ ରାସ୍ତା ରାସ୍ତାକୁ ଓହ୍ଲାଇ ସରକାରଙ୍କ ଅସଲ ମୁଖାକୁ ସାମ୍ନାକୁ ଆଣିବୁ ।"

ଇଟିଭି ଭାରତ, କଟକ

ABOUT THE AUTHOR

...view details