କଟକ: କଟକରେ ସିଏଏ ତାତି। ଏନଆରସି, ସିଏଏ ଓ ଏନପିଆରକୁ ବିରୋଧ କରି ହଜାର ହଜାର ଆନ୍ଦୋଳନକାରୀ ଶନିବାର କଟକରେ ପ୍ରତିବାଦ ଶୋଭାଯାତ୍ରା କରିଛନ୍ତି। ମୁସଲିମ ଓ ଦଳିତ ସୁରକ୍ଷା ମଞ୍ଚ ପକ୍ଷରୁ ଏହି ପ୍ରତିବାଦ ଶୋଭାଯାତ୍ରା କରାଯାଇଥିଲାବେଳେ ଏଥିରେ ବିଭିନ୍ନ ସମ୍ପ୍ରଦାୟର ଲୋକ ସାମିଲ ହୋଇଥିଲେ।
ଏହି ଶୋଭାଯାତ୍ରା ସୁତାହାଟରୁ ବାହାରି ଓଡ଼ିଆ ବଜାର, ଗଙ୍ଗା ମନ୍ଦିର, ଗୌରୀଶଙ୍କର ପାର୍କ ଦେଇ ଦରଘାବଜାର ସ୍ଥିତ ଜେଲ ପଡ଼ିଆଠାରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ଏହି ଆଇନ, ଧାରା ୧୪ ଓ ୧୫କୁ ଉଲ୍ଲଂଘନ କରୁଥିବାରୁ ଏହାକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଆନ୍ଦୋଳନକାରୀ।