କଟକ:ଅସୁରକ୍ଷିତ ଘୋଷଣା କରିଦୀର୍ଘ ଦିନ ହେଲା ବନ୍ଦ ରହିଛି ଧବଳେଶ୍ବର ଝୁଲାପୋଲରାସ୍ତା । ଏହାକୁ ନେଇ ରାସ୍ତା ଉପରେ ହୋମ ଯଜ୍ଞ କରି ପ୍ରତିବାଦ କରିଛି ହିନ୍ଦୁ ସେନା । ନୂଆପାଟଣା ମଧୁସେତୁ ପୋଲର ଶେଷ ଗୋଲେଇ ଛକ ଉପରେ ବାବା ଧବଳେଶ୍ବରଙ୍କୁ ପୂଜା ତଥା ଯଜ୍ଞ କରାଯାଇ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରାଯାଇଛି । ବାବା ଧବଳେଶ୍ଵରଙ୍କ ପୀଠ ଦୀର୍ଘ ମାସ ଧରି ବନ୍ଦ ରହିଥିବାରୁ ଆଜି ଏହି ଅଭିନବ ଉପାୟରେ ପ୍ରତିବାଦ କରିଛି ହିନ୍ଦୁ ସେନା ଓ ଧବଳେଶ୍ବର ପୀଠର ସେବାୟତ ।
କେବେ ଖୋଲିବ ଧବଳେଶ୍ବର ଝୁଲାପୋଲ, ଅଭିନବ ଉପାୟରେ ହେଲା ଆନ୍ଦୋଳନ - ନୂଆପାଟଣା ମଧୁସେତୁ ପୋଲ
ବାବା ଧବଳେଶ୍ଵରଙ୍କ ପୀଠ ଦୀର୍ଘ ମାସ ଧରି ବନ୍ଦ ରହିଥିବାରୁ ଆଜି ଅଭିନବ ଉପାୟରେ ପ୍ରତିବାଦ ଜଣାଇଛି ସଙ୍ଗଠନ ଓ ଧବଳେଶ୍ବରଙ୍କ ପୂଜକ। ଅଧିକ ପଢନ୍ତୁ
ତେବେ ଗତ କାର୍ତ୍ତିକ ମାସ ରୁ ଭକ୍ତ ଓ ପୂଜକ ଉଭୟ ମଧ୍ୟରେ ପ୍ରାଚୀର ହୋଇ ଠିଆ ହୋଇଛି ଝୁଲାପୋଲ । ଗୁଜୁରାଟର ମୋର୍ବୀ ଝୁଲାପୋଲ ଦୁର୍ଘଟଣା ପରେ ଧବଳେଶ୍ବର ଝୁଲାପୋଲକୁ ଅସୁରକ୍ଷିତ ଘୋଷଣା କରି ଏହାର ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ । ତେବେ ସମୟ ଗଡ଼ିବା ସହ ଅନେକ ମାସ ମଧ୍ୟ ବିତି ସାରିଛି । ହେଲେ ଝୁଲାପୋଲ ମରାମତି ଦିଗ ଯେପରି ରହିଥିଲା ସେହିପରି ରହିଥିବା କହିଛନ୍ତି ଆନ୍ଦୋଳନକାରୀ ।
କେବେ ହଟିବ ଭକ୍ତ ଓ ଭଗବାନ ଙ୍କ ମଧ୍ୟରେ ଥିବା ଏହି ଦୂରତା ତାହାକୁ ନେଇ ପ୍ରଶ୍ନ କରିଛନ୍ତି ଆନ୍ଦୋଳନକାରୀ । ଓଡିଶାର ସୁପ୍ରସିଦ୍ଧ ଶୈବପୀଠ ତଥା ଐତିହାସିକ ପର୍ଯ୍ୟଟନସ୍ଥଳୀ ବାବା ଧବଳେଶ୍ବର ପୀଠ । ମନ୍ଦିରକୁ ସଂଯୋଗ କରୁଥିବା ଝୁଲାପୋଲକୁ ପ୍ରଶାସନ ଶୀଘ୍ର ମରାମତି କରିବା ସହ ସାଧାରଣ ଦର୍ଶନ ଆରମ୍ଭ କରିବା ପାଇଁ ଦାବି କରିଛନ୍ତି ଉଭୟ ହିନ୍ଦୁ ସେନା ଓ ପୂଜକ ସମିତି । ଏହାସହ ସେବାୟତମାନଙ୍କୁ କ୍ଷତିପୂରଣ ଯୋଗାଇବା ପାଇଁ ମଧ୍ୟ ଦାବି ରହିଛି ।
ଇଟିଭି ଭାରତ, କଟକ