କଟକ:ଆଜି ମହାମହିମ ରାଷ୍ଟ୍ରପତି ଦ୍ରୌପଦା ମୁର୍ମୁଙ୍କ ଓଡିଶା ଗସ୍ତର ଦ୍ବିତୀୟ ଦିନ । ଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିବା ପରେ କଟକ ଗସ୍ତ କରିଛନ୍ତି ରାଷ୍ଟ୍ରପତି । ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଭୁବନେଶ୍ବରରୁ ବାହାରିବା ପରେ କଟକର ଏନଆରଆରଆଇରେ ପହଞ୍ଚିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେଠାରେ ଆୟୋଜିତ ଭାରତୀୟ ଦ୍ୱିତୀୟ ଧାନ କଂଗ୍ରେସ ସମ୍ମିଳନୀରେ ରାଷ୍ଟ୍ରପତି ସାମିଲ ହୋଇଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ହେଲିକପ୍ଟର ଯୋଗେ କଟକରେ ପହଞ୍ଚିବା ପରେ ହେଲିପ୍ୟାଡରରୁ ଓହ୍ଲାଇ ସ୍ବତନ୍ତ୍ର କାରକେଡରେ ସିଧାସଳଖ NRRI ଅଡିଟୋରିୟମରେ ପହଞ୍ଚି ସମ୍ମିଳନୀରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ଆଜି ଭାରତୀୟ ଦ୍ୱିତୀୟ ଧାନ କଂଗ୍ରେସ ସମ୍ମିଳନୀରେ ଏକ ଘଣ୍ଟାର କାର୍ଯ୍ୟକ୍ରମ ରହିଥିଲା। ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି । ଏହି ସମ୍ମିଳନୀରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଛନ୍ତି ।
ରାଷ୍ଟ୍ରପତିଙ୍କ ଗସ୍ତର ଦ୍ବିତୀୟ ଦିନରେ ଆଜି ସକାଳ ସମୟରେ ପ୍ରଥମେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ଦ୍ରୌପଦା ମୁର୍ମୁ। ପ୍ରଥମେ ବିନ୍ଦୁ ସାଗରକୁ ଯାଇଥିଲେ । ସେଠାରୁ ଖାଲି ପାଦରେ ଚାଲି ଚାଲି ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଥିଲେ । ମନ୍ଦିରରେ ରାଷ୍ଟ୍ରପତିଙ୍କୁ ୪ ନିଯୋଗ ସମ୍ପାଦକ ସ୍ବାଗତ କରିଥିଲେ । ଏହି ସମୟରେ ତାଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଉପସ୍ଥିତ ରହିଥିଲେ ।